ଗାଲୱାନ୍, ହଟ୍ ସ୍ପ୍ରିଙ୍ଗସ୍ ଏବଂ ଲଦାଖର ଗୋଗ୍ରାରୁ ସେନା ପ୍ରତ୍ୟାହାର ଶେଷ କଲେ ଭାରତ-ଚୀନ

ନୂଆଦିଲ୍ଲୀ: ପୂର୍ବ ଲଦାଖର ପିପି-୧୫, ୧୪ ଏବଂ ୧୭ଏ ରେ ଉଭୟ ଭାରତ ଏବଂ ଚୀନ୍ ସେନା ନିଜ ନିଜର ସୈନ୍ୟ ପ୍ରତ୍ୟାହାର କରିନେଇଛନ୍ତି। କିଛି ଦିନ ଧରି ଭାରତ-ଚୀନ ମଧ୍ୟରେ ହୋଇଥିବା ସଂଘର୍ଷର ସ୍ଥାନ ଗଲୱାନରୁ ସେନା ପ୍ରତ୍ୟାହାର ପାଇଁ ଉଭୟ ଦେଶ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଆଜି ଏହା ସମ୍ପୂର୍ଣ୍ଣ ହୋଇଛି | ଏହି ଅଭ୍ୟାସ ଦୁଇ ଦେଶ ମଧ୍ୟରେ ସାମରିକ ଏବଂ କୂଟନୈତିକ କଥାବାର୍ତ୍ତା ହେତୁ ଆରମ୍ଭ ହୋଇଥିବା ଡି-ଏସ୍କାଲେସନ୍ ପ୍ରକ୍ରିୟାର ଏକ ଅଂଶ ଥିଲା, ଯାହା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ସହିତ କଡ଼ା ବିବାଦରେ ଜଡିତ ଥିଲା।

ସୂଚନା ଅନୁଯାୟୀ, ପାଟ୍ରୋଲିଂ ପଏଣ୍ଟ ପିପି-୧୫(ହଟ୍ ସ୍ପ୍ରିଙ୍ଗସ୍), ପିପି -୧୪(ଗାଲୱାନ୍ ଭ୍ୟାଲି) ଏବଂ ପିପି -୧୭ଏ (ଗୋଗ୍ରା)ରୁ ସଂପୂର୍ଣ୍ଣ ସେନା ପ୍ରତ୍ୟାହାର କରାଯାଇଥିବା ଜଣା ପଡ଼ିଛି। ଏହା ମଧ୍ୟ କୁହାଯାଉଛି ଯେ ଆସନ୍ତା ସପ୍ତାହରେ ଭାରତ ଏବଂ ଚୀନ୍ ମଧ୍ୟରେ ଆଉ ଏକ କର୍ପସ କମାଣ୍ଡର ସ୍ତରୀୟ ସାକ୍ଷାତ ହେବାର ସମ୍ଭାବନା ରହିଛି। ପୂର୍ବ ଲଦାଖର ପାଙ୍ଗଙ୍ଗଦଯ ସେନା ପ୍ରତ୍ୟାହାର କରିବା ଏହି ବୈଠକର ମୁଖ୍ୟ ଏଜେଣ୍ଡା ରହିବ।  ଭାରତୀୟ ସେନାର ଉତ୍ତର କମାଣ୍ଡର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ୟୁ.କେ ଜୋଶୀ କହିଛନ୍ତି ଯେ, ଚାରି ରାଉଣ୍ଡ କର୍ପସ କମାଣ୍ଡର ବୈଠକ ହେତୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଚାଲିଛି। ସେ ଏହା ମଧ୍ୟ କହିଛନ୍ତି ଯେ, ଏହା ଏକ ଜଟିଳ ପ୍ରକ୍ରିୟା ଯାହା କଠିନ ପରିଶ୍ରମ ଆବଶ୍ୟକ କରେ |

Ladakh Standoff: India, China Complete Disengagement Exercise At ...
ABP Live – ABP News

ଜୁନ ୧୫ ରାତିରେ ଭାରତ-ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତର ୨୦ଜଣ ଯବାନ ସହିଦ ହେବା ପରେ ଦୁଇ ଦେଶ ମଧ୍ୟରେ ସଂପର୍କ ତିକ୍ତ ହୋଇଥିଲା। ଏହା ପରେ ପରେ ଦୁଇ ଦେଶ ପରସ୍ପରକୁ ଆକ୍ରମଣ କରିବା ପାଇଁ ଗଲୱାନରେ ସେନା ଠୁଳ କରିଥିଲା। ତେବେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ନକରିବା ପାଇଁ ଏବେ ଦୁଇ ଦେଶର ସରକାର ଆଲୋଚନା କରି ଏହାର ସମାଧାନ ବାହାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର