ପାଙ୍ଗୋଙ୍ଗ୍‌ ସୋ’ରେ ସୈନ୍ୟ ଅପସାରଣ ଶେଷ, ଶନିବାର ଦିନ ୧୦ମ ପର୍ଯ୍ୟାୟ କମାଣ୍ଡର୍‌ସ୍ତରୀୟ ଆଲୋଚନା କରିବେ ଭାରତ-ଚୀନ୍‌

ନୂଆଦିଲ୍ଲୀ: ଉତ୍ତେଜନାପୂର୍ଣ୍ଣ ପୂର୍ବ ଲଦାଖ ସେକ୍ଟର୍‌ ଅଞ୍ଚଳ ବାସ୍ତବ ନିୟନ୍ତ୍ରଣ ରେଖା ନିକଟ ପାଙ୍ଗୋଙ୍ଗ୍‌ ହ୍ରଦ ଉଭୟ ତଟରୁ ଭାରତ ଓ ଚୀନ୍‌ ସେନା ସୈନ୍ୟ ପ୍ରତ୍ୟାହାର କରାଇ ନେବା ସହ ଶୁକ୍ରବାର ଦିନ ଅପସାରଣ ପ୍ରକ୍ରିୟା ଶେଷ କରିଛନ୍ତି।

ଶନିବାର ଦିନ ଉଭୟ ପକ୍ଷର ସାମରିକ କମାଣ୍ଡର୍‌ମାନେ ୧୦ମ ପର୍ଯ୍ୟାୟ ଆଲୋଚନା ଆରମ୍ଭ କରିବେ। ଏହି ଆଲୋଚନା ବାସ୍ତବ ନିୟନ୍ତ୍ରଣ ରେଖା ଅନ୍ତର୍ଗତ ଚୀନ୍‌ ପଟରେ ଥିବା ମୋଲଦୋରେ ଆୟୋଜନ କରାଯାଇଛି।

Image Courtesy of NDTV

ଦୀର୍ଘ ୯ ମାସ ଧରି ତକାତକି ହୋଇ ରହିବା ପରେ ଦୁଇ ଦେଶର ସେନା ପାଙ୍ଗୋଙ୍ଗ୍‌ ହ୍ରଦର ଉତ୍ତର ଓ ଦକ୍ଷିଣ ତଟରୁ ସୈନ୍ୟ ଅପସାରଣ ନିମନ୍ତେ ଏକ ରାଜିନାମାରେ ଉପନୀତ ହୋଇଥିଲେ।

କିଛି ଦିନ ତଳେ ମ୍ୟାକ୍ସର୍‌ ଟେକ୍ନୋଲୋଜିରୁ ପ୍ରାପ୍ତ ପାଙ୍ଗୋଙ୍ଗ୍‌ ହ୍ରଦର ଉତ୍ତର ତଟ ଅଞ୍ଚଳର ସାଟେଲାଇଟ୍‌ ଚିତ୍ର ମିଳିଥିଲା। ଜାନୁଆରି ଶେଷ ଭାଗରେ ସେ ଅଞ୍ଚଳରେ ଦେଖାଯାଉଥିବା ଚୀନ୍‌ ସେନା ଛାଉଣି ସବୁ ବର୍ତ୍ତମାନ ଅପସାରିତ ହୋଇଯାଇଛି।

ସମ୍ବନ୍ଧିତ ଖବର