ନୂଆଦିଲ୍ଲୀ: ନିଜ ପିଲାକୁ କାଖେଇବାକୁ ନେଇ ବିରକ୍ତ ହୋଇ ଡଷ୍ଟବିନ୍ରେ ଫୋପାଡ଼ି ଦେବା ଘଟଣା ସାରା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ୍ ଗୁରୁତର ଆହତ ଅବସ୍ଥାରେ ଶିଶୁକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଶିଶୁର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ପୂର୍ବ ଦିଲ୍ଲୀର ବିନୋଦ ପୁର ଅଞ୍ଚଳରେ ଜଣେ ଯୁବତୀ ତାଙ୍କର ୨୫ ଦିନର ଶିଶୁକନ୍ୟାକୁ କାଖେଇବା ପାଇଁ ସବୁବେଳେ ବିରକ୍ତ ହେଉଥିଲେ। ଏହା ସହିତ ଶିଶୁ କାନ୍ଦିବା କ୍ଷଣି ଯୁବତୀଙ୍କର ରାଗ ପଞ୍ଚମକୁ ଚଢି ଯାଉଥିଲା। ଏଭଳି ଉତ୍କ୍ଷିପ୍ତ ହୋଇ ଯୁବତୀ ଜଣକ ନିଜ ପିଲାକୁ ଡଷ୍ଟବିନ୍ରେ ଫୋପାଡ଼ି ଦେଇ ଘରୁ ପିଲା ଚୋରି ହୋଇଯାଇଥିବା ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ। ତଦନ୍ତ ସମୟରେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ, ପୁଲିସ୍ ସିସିଟିଭି ଫୁଟେଜର ଯାଞ୍ଚ କରିବା ସହ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପିଲା କାଖେଇବାକୁ ବିରକ୍ତ :ମାସକର ଶିଶୁକୁ ଡଷ୍ଟବିନ୍ରେ ଫିଙ୍ଗିଦେଲା
/sambad/media/post_attachments/wp-content/uploads/2018/02/new-born-baby.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)