ନୂଆଦିଲ୍ଲୀ: ମାମଲା ସଂକ୍ରାନ୍ତ ତଦନ୍ତ ତଥ୍ୟ ଗଣମାଧ୍ୟମକୁ ଦେବାରୁ ନିବୃତ୍ତ ରହିବାକୁ ପୁଲିସକୁ ନିର୍ଦେଶ ଦେବା ପାଇଁ ଗୁରୁବାର ଦିନ ବେଙ୍ଗାଲୁରୁର ଜଳବାୟୁ କର୍ମୀ ଦିଶା ରବି ଦିଲ୍ଲୀ ହାଇକୋର୍ଟଙ୍କୁ ଆବେଦନ କରିଛନ୍ତି। କୃଷକ ପ୍ରତିବାଦ ସଂକ୍ରାନ୍ତ ‘ଟୁଲ୍କିଟ୍’ ସେୟାର୍ କରିବାରେ ଭୂମିକା ଗ୍ରହଣ କରିଥିବା ଅଭିଯୋଗରେ ଦିଶାଙ୍କୁ ଗିରଫ କରାଯାଇଛି।
୨୧ ବର୍ଷୀୟ ଦିଶା ଆଜି ଫାଇଲ୍ କରିଥିବା ଆବେଦନରେ ଉଲ୍ଲେଖ କରିଛନ୍ତି ଯେ, ହ୍ଵାଟ୍ସ୍ଆପ୍ ସମେତ କୌଣସି ବ୍ୟକ୍ତିଗତ ଚାଟ୍ ପ୍ରକାଶ କରାଇବାରୁ ମଧ୍ୟ ଗଣମାଧ୍ୟମକୁ ବିରତ କରାଯାଉ।
/sambad/media/post_attachments/wp-content/uploads/2021/02/toolkit1-1024x768.jpg)
‘ଟୁଲ୍କିଟ୍ ଗୁଗଲ୍ ଡକ୍’ ସଂକ୍ରାନ୍ତ ମାମଲାରେ ଦିଲ୍ଲୀ ପୁଲିସ ବେଙ୍ଗାଲୁରୁର ଦିଶା ରବି, ମୁମ୍ବାଇ ଓକିଲ ନିକିତା ଜାକୋବ ଏବଂ ପୁଣେ ଇଞ୍ଜିନିୟର୍ ଶାନ୍ତନୁ ମୁଲୁକଙ୍କୁ ଗିରଫ କରିଛି। ଏହାକୁ ସ୍ୱିଡେନୀୟ ଜଳବାୟୁ କର୍ମୀ ଗ୍ରେଟା ଟୁନ୍ବେରି ଦୈବାତ୍ ଟୁଇଟ୍ କରି ପରେ ଡିଲିଟ୍ କରି ଦେଇଥିଲେ। ଏଥିରେ କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ କରିବାକୁ ଅନୁରୋଧ କରାଯାଇଥିଲା।
ଡକ୍ୟୁମେଣ୍ଟ୍ ପ୍ରସ୍ତୁତି ଏବଂ ପ୍ରସାରଣରେ ରବି ମୁଖ୍ୟ ଚକ୍ରାନ୍ତକାରିଣୀ ବୋଲି ପୁଲିସ କହିଛି। ପୁଲିସ ଆହୁରି ମଧ୍ୟ ଦାବି କରିଛି ଯେ, ଭାରତୀୟ ରାଜ୍ୟ ପଞ୍ଜାବ ବିରୋଧରେ ଅସନ୍ତୋଷ ବିସ୍ତାର ନିମନ୍ତେ ରବି ଏବଂ ଅନ୍ୟମାନେ ‘ଖଲିସ୍ତାନୀ ପୋଏଟିକ୍ ଜଷ୍ଟିସ୍ ଫାଉଣ୍ଡେସନ୍’କୁ ସହଯୋଗ କରିଛନ୍ତି।