ଏହି ଦଳରେ ସାମିଲ ହେଲେ ବହିଷ୍କୃତ ବିଏସ୍‌ଏଫ୍‌ ଯବାନ ତେଜ୍‌ ବାହାଦୂର ଯାଦବ, ବିଧାନସଭା ନିର୍ବାଚନ ଲଢ଼ିବା ନେଇ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ : ବହିଷ୍କୃତ ବିଏସ୍‌ଏଫ୍‌ ଯବାନ ତେଜ୍‌ ବାହାଦୂର ଯାଦବ ରବିବାର ଜନନାୟକ ଜନତା ପାର୍ଟି(ଜେଜେପି)ରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ ଜେଜେପିର ମୁଖ୍ୟ ଦୁଷ୍ୟନ୍ତ ଚୌଟାଲାଙ୍କ ଉପସ୍ଥିତିରେ ତେଜ୍‌ ବାହାଦୂର ଦଳର ହାତ ଧରିଥିଲେ । ତେବେ ଆଗକୁ ହରିୟାଣାରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହି ସମୟରେ ତେଜ୍‌ ବାହାଦୂରଙ୍କ ଜେଜେପିରେ ସାମିଲ ହେବା ଖବର ନିର୍ବାଚନ ଲଢ଼ିବା ଆଡ଼କୁ ଇଶାରା ଦେଉଛି । ହରିୟାଣା ବିଧାନସଭା ନିର୍ବାଚନରେ ସେ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଜେଜେପି ତେଜ୍‌ ବାହାଦୂରଙ୍କୁ କେଉଁ କ୍ଷେତ୍ରରୁ ପ୍ରାର୍ଥୀ କରାଇବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।

ସୂଚନା ମୁତାବକ, ୨୦୧୭ରେ ଏକ ଭିଡିଓ ଜରିଆରେ ଚର୍ଚ୍ଚାର ପରିସରକୁ ଆସିଥିଲେ ତେଜ୍‌ ବାହାଦୂର । ଭାଇରାଲ ଭିଡିଓରେ ସେ ସେନା ଯବାନଙ୍କୁ ମିଳୁଥିବା ଖାଦ୍ୟର ମାନ ଉପରେ ପ୍ରଶ୍ନ ଉଠାଇଥିଲେ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରି ଦିଆଯାଇଥିଲା ।

ସମ୍ବନ୍ଧିତ ଖବର