ଲାଡେନକୁ ଶ୍ରେଷ୍ଠ ଇଂଜିନିୟର କହି ଅଫିସରେ ଲଗାଇଲେ ଫଟୋ, ଗଲା ଏସଡିଓଙ୍କ ଚାକିରି

ଲଖନଉ: ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ଶ୍ରେଷ୍ଠ ଇଂଜିନିୟର କହି ଅଫିସରେ ଲଗାଇଲେ ଫଟୋ | ଆଉ ଲାଡେନକୁ ଶ୍ରେଷ୍ଠ ଇଞ୍ଜିନିୟର ବୋଲି ଅଭିହିତ କରିଥିବାରୁ ଗଲା ଚାକିରି | ଉତ୍ତରପ୍ରଦେଶରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି |ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶର ବିଦ୍ୟୁତ୍ ବିଭାଗରେ ଚାକିରି କରୁଥିବା ଜଣେ ସବ୍-ଡିଭିଜନାଲ ଅଫିସର (ଏସଡିଓ)ଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ଉତ୍ତରପ୍ରଦେଶ ପାୱାର କର୍ପୋରେସନ ଲିମିଟେଡ (ୟୁପିପିସିଏଲ) ଅଧ୍ୟକ୍ଷ ଏମ ଦେବରାଜ ବିଭାଗୀୟ ଏସଡିଓ ରବିନ୍ଦ୍ର ପ୍ରକାଶ ଗୌତମଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି |

ୟୁପିପିସିଏଲ ଅଧ୍ୟକ୍ଷ ଏମ ଦେବରାଜ କହିଛନ୍ତି ଯେ ଅନୁସନ୍ଧାନରୁ ଏହା ଜଣାପଡିଛି ଯେ ଏସଡିଓ ଆତଙ୍କବାଦୀ ଓସାମା ବିନ୍ ଲାଡେନର ଫଟୋ ନିଜ କାର୍ଯ୍ୟାଳୟରେ ଲଗାଇବା ସହ ତାଙ୍କୁ ଶ୍ରେଷ୍ଠ ଇଞ୍ଜିନିୟର ଭାବରେ ବର୍ଣ୍ଣନା କରିଥିଲେ । ଆଉ ଏନେଇ ଅଭିଯୋଗ ଆସିବା ପରେ ତଦନ୍ତ କରାଯାଇଥିଲା | ଶେଷରେ ଅଭିଯୋଗରେ ସତ୍ୟତା ଥିବାର ଜଣାପଡିବା ପରେ ଆଜି ତାଙ୍କୁ ବରଖାସ୍ତ କରାଯାଇଛି । ୟୁପିପିସିଏଲ୍ ଅଧ୍ୟକ୍ଷ ଏମ ଦେବରାଜ କହିଛନ୍ତି ଯେ ଓସାମା ବିନ୍ ଲାଦେନଙ୍କ ଫଟୋକୁ କାର୍ଯ୍ୟାଳୟରେ ଲଗାଇବା ଦ୍ୱାରା ଗୌତମ ଦେଶ ତଥା ନିଗମର ନିୟମ ବିରୁଦ୍ଧରେ ଏକ କାର୍ଯ୍ୟ କରିଛନ୍ତି, ଯେଉଁଥିପାଇଁ ବିଭାଗର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି | ତେଣୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି |

ସମ୍ବନ୍ଧିତ ଖବର