ପୂର୍ବତନ ପୁଲିସ ଅଧିକାରୀଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି: ପଡ଼ୋଶୀ ଛତିଶଗଡ଼ର ଦାନ୍ତେଓ୍ଵାଡା ଜିଲ୍ଲାରେ ପୁଣି ମାଓବାଦୀମାନେ ଘଟାଇଛନ୍ତି ଏକ ବର୍ବର କାଣ୍ଡ । ଗତ ରାତିରେ ମାଓବାଦୀମାନେ ପୁଲିସ ଚାକିରିରୁ ବହିଷ୍କୃତ ହୋଇଥିବା ଜଣେ ସହାୟକ ଆରକ୍ଷକଙ୍କ ଗଳା କାଟି ହତ୍ୟା କରିଛନ୍ତି । ମାଓ-ଉପଦ୍ରୁତ ଦାନ୍ତେଓ୍ଵାଡା ଜିଲ୍ଲାର ମୁସ୍‌କେଲ୍‌ ଗ୍ରାମରେ ମାଓବାଦୀଙ୍କର ଏକ ଦଳ ପୂର୍ବତନ ସହାୟକ ଆରକ୍ଷକ ବାମନ ମରକାମ୍‌ଙ୍କ ଘର ଉପରେ ବିଳମ୍ବିତ ରାତିରେ ଚଢାଉ କରି ତାଙ୍କୁ ଗଳାକାଟି ହତ୍ୟା କରିଥିଲେ । ୪ ମାସ ପୂର୍ବରୁ ପୁଲିସ ଚାକିରିରୁ ତାଙ୍କୁ ବହିଷ୍କାର କରାଯାଇଥିଲା । ଦାନ୍ତେଓ୍ଵାଡ ଥାନା ଅଧିକାରୀ ରାଜେଶ ଦେବଦାସ ଘଟଣା ସଂପର୍କରେ ଜାଣିବା ପରେ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଛତିଶଗଡ଼ର ନକ୍ସଲ ଅପରେସନ୍‌ ଏସସ୍‌ପି ଜି.ଏନ୍‌.ବାଗେଲ୍‌ ଘଟଣା ସଂପର୍କରେ ଗଣମାଧ୍ୟମକୁ ଅବଗତ କରିଛନ୍ତି ।

ଉଲ୍ଲେଖଯୋଗ୍ୟ କି କିଛିଦିନ ପୂର୍ବରୁ ଛତିଶଗଡର ସୁକମାରେ ମାଓବାଦୀଙ୍କ ଳ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୯ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ।

ସମ୍ବନ୍ଧିତ ଖବର