୭ ହଜାର ଛଟେଇ କରିବ ଡିଜ୍‌ନି

ସାନ୍‌ ଫ୍ରାନ୍‌ସିସକୋ : ଗୁଗୁଲ, ମାଇକ୍ରୋସଫ୍ଟ, ଫେସବୁକ୍, ଟ୍ବିଟର ଆଦି କମ୍ପାନି ପରେ ଆଉ ଏକ ଆମେରିକୀୟ କମ୍ପାନି ଡିଜ୍‌ନି ୭ ହଜାର କର୍ମଚାରୀଙ୍କୁ ‌ଛଟେଇ କରିବ। ତ୍ରୟମାସିକ ଆର୍ଥିକ ଫଳ ଘୋଷଣା ପରେ କମ୍ପାନି ଖର୍ଚ୍ଚକାଟ ପାଇଁ ଏଭଳି ନିଷ୍ପତ୍ତି ନେଇଛି। ଏଥିସହିତ କମ୍ପାନି ଏହାର କେତେକ ବିଭାଗର ପୁନର୍ଗଠନ କରିବ। ଆଇଗର ପ୍ରଥମେ ୧୫ ବର୍ଷ ଧରି ଡିଜ୍‌ନିର ସିଇଓ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ୨୦୨୦ ମସିହାରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ଗତବର୍ଷ କମ୍ପାନିର ସିଇଓ ଭାବେ ପୁନର୍ବାର ଦାୟିତ୍ବ ନେବା ପରେ ବବ୍‌ ଆଇଗର ଏଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀଙ୍କ ପ୍ରତିଭା ଏବଂ ସେମାନଙ୍କ ସେବା ମନୋଭାବକୁ ମୋର ଯଥେଷ୍ଟ ସମ୍ମାନ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର