ଖୁବ ଶୀଘ୍ର ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଏହି କମ୍ପାନୀ

କାଲିଫର୍ଣ୍ଣିଆ: କରୋନା ମହାମାରୀ ସଙ୍କଟ ମଧ୍ୟରେ ସାରା ବିଶ୍ୱରେ ବ୍ୟାପକ ଛଟେଇ ହୋଇଛି। ଏଥିରେ ଆମେରିକାର ୱାଲ୍ଟ ଡିଜନି ୱାର୍ଲ୍ଡ ସହିତ ଅନେକ ବଡ କମ୍ପାନୀ ଥିବାବେଳେ ବର୍ତ୍ତମାନ ଡିଜନି ୱାର୍ଲ୍ଡ ଆଉ ୧୧୦୦୦ କର୍ମଚାରୀଙ୍କୁ ଛଟେଇ କରିବ। ଏହା ପରେ କମ୍ପାନୀର ଫ୍ଲୋରିଡା ଭିତ୍ତିକ ରିସର୍ଟରେ ମହାମାରୀ ହେତୁ ଚାକିରି ହରାଇଥିବା ମୋଟ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୧୮୦୦୦ ହେବ। ଡିଜନି ୱାର୍ଲ୍ଡ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି କର୍ମଚାରୀଙ୍କୁ ଛଟେଇ କରାଯିବ।

କମ୍ପାନୀ ଅଧିକାରୀମାନେ ପୂର୍ବରୁ କହିଥିଲେ ଯେ ଫ୍ଲୋରିଡାର ୬୪୦୦ କର୍ମଚାରୀଙ୍କୁ ମଧ୍ୟ ଛଟେଇ କରାଯିବ। ଚଳିତ ବର୍ଷ ଆରମ୍ଭରେ ଡିଜନି ୱାର୍ଲ୍ଡରେ କାର୍ଯ୍ୟ କରୁଥିବା ୭୨୦ କଳାକାର ଏବଂ ଗାୟକଙ୍କୁ ଚାକିରିରୁ କାଢିଦିଆଯାଇଥିଲା।

ଡିଜନି ୱାର୍ଲ୍ଡ ଗତ ମାସରେ ଫ୍ଲୋରିଡା ଏବଂ କାଲିଫର୍ନିଆର ପାର୍କ ୟୁନିଟରୁ ୨୮୦୦୦ ଜଣଙ୍କୁ ଛଟେଇ କରିବାର ନିଷ୍ପତ୍ତି ନେଇଥିଲା, ଆଉ ସେହି ନିଷ୍ପତ୍ତି ମୁତାବକ ଏହା ହୋଇଥିବାର କୁହାଯାଉଛି | ସୂଚନା ଥାଉ କି କରୋନା ମହାମାରୀ ଯୋଗୁଁ ଡିଜନି ୱାର୍ଲ୍ଡ କୁ ଆଉ ପର୍ଯ୍ୟଟକ ଯାଉନଥିବାରୁ ଏତେ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଚଳାଇବା ସମ୍ଭବ ନୁହେଁ ବୋଲି କମ୍ପାନୀ କାରଣ ଦର୍ଶାଇଛି |

ସମ୍ବନ୍ଧିତ ଖବର