ଥାର୍ଡ ରାଜଧାନୀ ଏକ୍ସପ୍ରେସ୍‌ରେ ଡିସ୍ପୋଜେବଲ୍‌ ଗ୍ରିନ୍‌ ଟାେଓ୍ଵଲ୍‌ ଏବଂ ତକିଆ ଖୋଳ

ମୁମ୍ବାଇ: ଥାର୍ଡ ରାଜଧାନୀରେ ଯାତ୍ରୀମାନଙ୍କ ପାଇଁ ପଶ୍ଚିମ ରେଳବାଇ ପରିବେଶ-ଅନୁକୂଳ ଡିସ୍‌ପୋଜେବଲ୍‌ ହ୍ୟାଣ୍ଡ୍‌ ଟାେଓ୍ଵଲ୍‌ ଏବଂ ତକିଆ ଖୋଳ ପ୍ରଚଳନ କରାଯିବ। ଏହା ସ୍ୱାସ୍ଥ୍ୟଗତ ଅଭିଯୋଗ କମାଇବା ବ୍ୟତିରେକେ, ଟ୍ରେନ୍‌ରୁ ବହୁ ଟାେଓ୍ଵଲ୍‌ ଚୋରି ହେଉଥିବା ମାମଲା କମାଇ ଆର୍ଥିକ ସଞ୍ଚୟ କରାଇବାରେ ସହାୟକ ହେବ।

ଅକ୍ଟୋବର ୧୬ ତାରିଖ ଦିନ ବାନ୍ଦ୍ରା ଟର୍ମିନସ୍‌ ଏବଂ ହଜ୍‌ରତ୍‌ ନିଜାମୁଦ୍ଦିନ ମଧ୍ୟରେ ଥାର୍ଡ ରାଜଧାନୀ ଚଳାଚଳ ଆରମ୍ଭ କରିଥିଲା।
ମାସକୁ ଟାେଓ୍ଵଲ୍‌ ଉପରେ ହାରାହାରି ୫ଟି ସ୍ୱାସ୍ଥ୍ୟଗତ ଅଭିଯୋଗ ପଶ୍ଚିମ ରେଳବାଇର ମୁମ୍ବାଇ ଡିଭିଜନ୍‌ ଗ୍ରହଣ କରୁଛି। ଅନ୍ୟ ଏକ ଉଦ୍‌ବେଗର ବିଷୟ ହେଲା ଚୋରି, ପଶ୍ଚିମ ରେଳବାଇର ମୁମ୍ବାଇ ଏବଂ ଅନ୍ୟାନ୍ୟ ସହର ମଧ୍ୟରେ ପ୍ରତି ମାସରେ ଟ୍ରେନ୍‌ ପିଛା ୭୦ ଖଣ୍ଡ ଟାେଓ୍ଵଲ୍‌ ଚୋରି ହୋଇ ଯାଉଛି।

ପାରମ୍ପରିକ ଟାେଓ୍ଵଲର ଖର୍ଦ୍ଦି, ସଫା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଖଣ୍ଡ ପିଛା ୬ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଡିସ୍ପୋଜେବଲ୍‌ ଟାେଓ୍ଵଲ୍‌ର ଦାମ ହେଉଛି ୪ଟଙ୍କା ୭୫ ପଇସା। କିନ୍ତୁ, ଡିସ୍ପୋଜେବଲ୍‌ ତକିଆଖୋଳ ମୂଲ୍ୟ ହେଉଛି ୮ ଟଙ୍କା ଏବଂ ତାହା ପାରମ୍ପରିକ ତକିଆଖୋଳର ଦାମ ସହ ସମାନ।

ଅନ୍ୟ ଟ୍ରେନ୍‌ଗୁଡ଼ିକରେ ଏହାକୁ ପ୍ରଚଳନ କରାଇବା ପୂର୍ବରୁ ରେଳବାଇ ବୋର୍ଡ ଏହା ଉପରେ ଅଧିକ ପରୀକ୍ଷା କରିବାକୁ ଚାହୁଁଛି।

ସମ୍ବନ୍ଧିତ ଖବର