ନୂଆଦିଲ୍ଲୀ: ଆମ୍ ଆଦ୍ମି ପାର୍ଟି (ଆପ୍)ର ୨୦ ଜଣ ବିଧାୟକ ଆଜି ସେମାନଙ୍କ ସଭ୍ୟପଦ ଅଯୋଗ୍ୟ ଘୋଷଣା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପୁଣିଥରେ ଆବେଦନ କରିଛନ୍ତି। ଆପ୍ର ୨୦ ଜଣ ବିଧାୟକଙ୍କ ଅର୍ଜିର ଶୁଣାଣି ଆସନ୍ତା କାଲି କରାଯିବ ବୋଲି ହାଇକୋର୍ଟର୍ କହିଛନ୍ତି।
ଗତକାଲି ଆପ୍ର ବିଧାୟକମାନେ ପୂର୍ବରୁ ହାଇକେଶଯ;ରେ ଦାୟର କରିଥିବା ଅର୍ଜିକୁ ପ୍ରତ୍ୟାହାର କରି ନେଇଥିଲେ। ଏଥିରେ ସେମାନେ ଦର୍ଶାଇଥିଲେ ଯେ ଗତ ଶୁକ୍ରବାର ‘ଅଫିସ ଅଫ୍ ପ୍ରଫିଟ’ ପଦରେ ଆସୀନ ହୋଇଥିବା ଅଭିଯୋଗରେ ସେମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଦାୟୀ ନିର୍ବାଚନ କମିସନ ରାଷ୍ଠପତିଙ୍କୁ ସୁପାରିଶ କରିଥଲେ। ଏହି ସୁପାରିଶ ଆଧାରରେ ଗତ ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ୨୦ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ଯେ ଦିଲ୍ଲୀ ବିଧାନସଭାରେ ବିପୁଳ ବିଜୟ ହାସଲ କରିବା ପରେ ଦିଲ୍ଲୀର ଅରବିନ୍ଦ କେଜରିଓ୍ଵାଲ ସରକାର ୨୧ ଜଣ ବିଧାୟକଙ୍କୁ ସଂସଦୀୟ ସଚିବ ପଦରେ ନିଯୁକ୍ତି ଦେଇଥିଲେ। ସେମାନଙ୍କ ମଧ୍ୟରୁ ପୂର୍ବରୁ ଜେ ସିଂହ ଏହି ପଦରୁ ଇସ୍ତଫା ଦେଇଥିଲେ। ସଂସଦୀୟ ସଚିବ ପଦବି ଅଫିସ ଅଫ ପ୍ରଫିଟ ଦର୍ଶାଇ ନିର୍ବାଚନ କମିସନ ୨୦ ଜଣ ଆପ୍ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିବା ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଥିଲେ। ତେବେ ଗତି ଶୁକ୍ରବାର ଏହି ସୁପାରିଶ କରିବା ନେଇ ଚର୍ଚ୍ଚା ହେବା ମାତ୍ରେ ଆପ୍ର ୨୦- ଜଣ ବିଧାୟକ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରାସ୍ଥ ହୋଇଥିଲେ। ତେବେ ରାଷ୍ଟ୍ରପତି ଗତ ରବିବାର ଦିନ ଏହି ସୁପାରିଶକୁ ଗ୍ରହଣ କରି ବିଧାୟକଙ୍କ ସଭ୍ୟପଦ ରଦ୍ଦ ନେଇ ନୋଟିସ ଜାରି କରିବା ପରେ ଦିଲ୍ଲୀ ହାଇକୋର୍ଟର୍ରେ ଦାୟର ହୋଇଥିବା ମାମଲା ସ୍ୱାଭାବିକ ଭାବେ ନିଜର ଗୁରୁତ୍ୱ ହରାଇଥିଲା। ତେବେ ରାଷ୍ଟ୍ରପତି ସେମାନଙ୍କୂୁ ଅଯୋଗ୍ୟ ଘୋଷଣା କରିବା ନେଇ ଯେଉଁ ନୋଟିସ ଦେଇଛନ୍ତି, ତାକୁ ବିଶ୍ଳେଷଣ କରି ଆପ୍ ବିଧାୟକମାନେ ଗତକାଲି ପୂର୍ବରୁ ଦାୟର କରିଥିବା ମାମଲାକୁ ପ୍ରତ୍ୟାହାର କରି ନେଇ ଆଜି ପୁଣି ସାନି ଅର୍ଜି ଦାଖଲ କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତିି।
ପୁଣି ହାଇକୋର୍ଟର ଦ୍ୱାରସ୍ଥ ହେଲେ ଆପ୍ର ୨୦ ‘ଅଯୋଗ୍ୟ’ ବିଧାୟକ
/sambad/media/post_attachments/wp-content/uploads/2018/01/Delhi-High-Court-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)