‘ଦ କଶ୍ମୀର ଫାଇଲ୍ସ’କୁ ନେଇ ବଢ଼ୁଛି ଅସନ୍ତୋଷ: କେଜ୍ରିୱାଲଙ୍କ ଘରର ମୁଖ୍ୟ ଫାଟକ ଭାଙ୍ଗିଲା ବିଜେପି

ନୂଆଦିଲ୍ଲୀ: କିଛି ଦିନ ହେଲା ‘ଦ କଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ବିଜେପି) ଓ ଆମ ଆଦମୀ ପାର୍ଟି(ଆପ୍) ମଧ୍ୟରେ କଥା କଟାକଟି ଲାଗି ରହିଛି। ଏନେଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଶ୍ମୀରୀ ପଣ୍ଡିତଙ୍କ ହତ୍ୟାକୁ ମିଥ୍ୟା ବୋଲି କହିଥିବା ଦାବି କରି ବିଜେପି ସମର୍ଥକମାନେ କେଜ୍ରିୱାଲଙ୍କ ବାସଭବନର ମୁଖ୍ୟ ଫାଟକ ଭାଙ୍ଗି ଦେଇଥିବା ଜଣାପଡ଼ିଛି।

indiatoday

ଆଇପି କଲେଜରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ନେତୃତ୍ୱରେ ବିରୋଧ ପ୍ରଦର୍ଶନ ଆରମ୍ଭ କରାଯାଇଥିଲା। ସେଠାରେ ପହଞ୍ଚିବା ପରେ ବିରୋଧ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଫାଟକ ଭଙ୍ଗାରୁଜା କରିଥିଲେ ବିଜେପି ସମର୍ଥକ।

ଆମ୍ ଆଦମୀ ପାର୍ଟିର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ, କେଜ୍ରିୱାଲଙ୍କ ବାସଭବନର ମୁଖ୍ୟ ଫାଟକକୁ ବିଜେପି ଭାଙ୍ଗି ଦେଇଥିବା ଅଭିଯୋଗ କରାଯାଇଛି। ଏହି ଟୁଇଟରେ ଲେଖାଯାଇଛି ଯେ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘର ଉପରେ ବିଜେପି ଆକ୍ରମଣ କରିଛ। ଏହି ଆକ୍ରମଣରେ ସିସିଟିଭି ଭାଙ୍ଗିଯାଇଥିବା ସହ ମୁଖ୍ୟ ଫାଟକ ଭଙ୍ଗାଯାଇଛି। ଦିଲ୍ଲୀ ପୁଲିସର ସମ୍ପୂର୍ଣ୍ଣ ସମର୍ଥନ ସହିତ ଏହା କରାଯାଇଛି।

indiatoday

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ କେଜ୍ରିୱାଲ କହିଥିଲେ ଯେ, କଶ୍ମୀର ପଣ୍ଡିତଙ୍କ ପାଇଁ ଫିଲ୍ମ ଯେତିକି ଜରୁରୀ ନୁହେଁ ଥଇଥାନ କରିବା ଆବଶ୍ୟକତା ତା’ଠାରୁ ଅଧିକ ଜରୁରୀ, ଯାହାକି ସେମାନଙ୍କ ଜୀବନଜୀବିକା ପାଇଁ ଗୁରୁତ୍ବପୂର୍ଣ୍ଣ।

ସମ୍ବନ୍ଧିତ ଖବର