ମୁମ୍ବାଇ: ଗଣତନ୍ତ୍ର ନିର୍ଭିକ ଓ ସ୍ବାଧୀନ ଗଣମାଧ୍ୟମ ଦ୍ବାରା ଆଗକୁ ବଢ଼ିଥାଏ। କିନ୍ତୁ ଖବର ସହିତ ବିଚାର ଓ ମତର ମିଶ୍ରଣ ବିପଜ୍ଜନକ କକ୍ଟେଲ୍ ବୋଲି ପ୍ରଧାନ ବିଚାରପତି ଏନ୍.ଭି ରମଣା କହିଛନ୍ତି। ତଥ୍ୟାତ୍ମକ ଖବରର ଅନାବଶ୍ୟକ ବ୍ୟାଖ୍ୟା ଏବଂ ମତକୁ ଯୋଡ଼ିବା ଦ୍ବାରା ଏହା ବିକୃତ ହୋଇଯାଇଥାଏ ଏବଂ ଏଭଳି ଖବର ବିପଜ୍ଜନକ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ମୁମ୍ବାଇ ପ୍ରେସ୍କ୍ଲବ୍ ଦ୍ବାରା ଭର୍ଚୁଆଲ୍ ମାଧ୍ୟମରେ ଆୟୋଜିତ ‘ରେଡ୍ ଇଙ୍କ୍’ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନ ବିଚାରପତି କହିଛନ୍ତି, ସାମ୍ବାଦିକମାନେ ପ୍ରଭାବିତ ହୋଇ କାମ କଲେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଖବର ସତ୍ୟର ସ୍ବରୂପକୁ ଦେଖାଇ ପାରିବ ନାହିଁ। ଗଣମାଧ୍ୟମ ନ୍ୟାୟପାଳିକାକୁ ଖରାପ ଶକ୍ତି କବଳରୁ ରକ୍ଷା କରିବା ଦିଗରେ କାମ କରିବା ଆବଶ୍ୟକ। ଏହାଦ୍ବାରା ଗଣତାନ୍ତ୍ରିକ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି।
ସାମ୍ବାଦିକମାନେ ବିଚାରପତିମାନଙ୍କ ଭଳି ନିଜ ବିଚାରଧାରା ଓ ବ୍ୟକ୍ତିଗତ ମତରୁ ଊର୍ଦ୍ଧ୍ବକୁ ଉଠି କାହାଦ୍ବାରା ପ୍ରଭାବିତ ନହୋଇ କେବଳ ତଥ୍ୟ ହିଁ ପରିବେଷଣ କରିବା ଉଚିତ ବୋଲି ଜଷ୍ଟିସ୍ ରମଣା କହିଛନ୍ତି। ବିଚାରପତିମାନଙ୍କ ନିଷ୍ପତ୍ତିକୁ ନେଇ ବିଭ୍ରାନ୍ତି ସୃଷ୍ଟି କରିବା ଏବଂ ବିଚାରପତିଙ୍କୁ ଖଳନାୟକ ଭାବେ ଉପସ୍ଥାପନ କରିବା ଭଳି କାମରେ ଲଗାମ ଲାଗିବା ଦରକାର ବୋଲି ସେ କହିଛନ୍ତି।
ଖବର ସହିତ ମତ ମିଶ୍ରଣ ବିପଜ୍ଜନକ: ପ୍ରଧାନ ବିଚାରପତି
/sambad/media/post_attachments/wp-content/uploads/2021/12/nv-ramana.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)