‘ଅକ୍ସିଜେନ୍‌ ଏକ୍ସପ୍ରେସ୍‌’ ଦ୍ବାରା ୪୨୦୦ ମେଟ୍ରିକ୍‌ ଟନ୍‌ ବିତରଣ

ଦିଲ୍ଲୀ, ୟୁପିରେ ଲକଡାଉନ୍‌ ବଢ଼ିଲା

ନୂଆଦିଲ୍ଲୀ: ଏପ୍ରିଲ ୧୯ରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ଅକ୍ସିଜେନ୍‌ ସଙ୍କଟ ଦୂର କରିବା ପାଇଁ ରେଳବାଇ ପକ୍ଷରୁ ଅକ୍ସିଜେନ୍‌ ଏକ୍ସପ୍ରେସ୍‌ ଦ୍ବାରା ୪୨୦୦ ମେଟ୍ରିକ୍‌ ଟନ୍‌ ତରଳ ମେଡିକାଲ ଅକ୍ସିଜେନ୍‌ ବିତରଣ କରାଯାଇଛି। ୬୮ଟି ଅକ୍ସିଜେନ୍‌ ଏକ୍ସପ୍ରେସ୍‌ ଦ୍ବାରା ଏହି କାର୍ଯ୍ୟ ସଂପନ୍ନ ହୋଇଛି। ମହାରାଷ୍ଟ୍ରରେ ଏବେ ବି ୨୯୩ ଟନ୍‌ ଅକ୍ସିଜେନ୍‌ ଭର୍ତ୍ତି କଣ୍ଟେନର୍‌ ଖଲାସ ଅପେକ୍ଷାରେ ରହିଛି। ଆଜି ରାତିରୁ ଆଉ ଏକ ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟକୁ ଅକ୍ସଜେନ୍‌ ଟ୍ରେନ୍‌ ଆରମ୍ଭ ହେବ।

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ଲକ୍‌ଡାଉନ୍‌କୁ ଆଉ ଏକ ସପ୍ତାହ ପାଇଁ ବଢ଼ାଇ ଦିଆଯାଇଛି। ଏଥିସହିତ ନିୟମକୁ କଡ଼ାକଡ଼ି କରାଯାଇଛି। ଆସନ୍ତାକାଲିଠାରୁ ଦିଲ୍ଲୀରେ ମେଟ୍ରୋ ଟ୍ରେନ ଚଳାଚଳକୁ ମଧ୍ୟ ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଛି। ଦିଲ୍ଲୀରେ ଏହା ହେବ ଲକ୍‌ଡାଉନ୍‌ର ଚତୁର୍ଥ ସପ୍ତାହ। ଆସନ୍ତା ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହି ଲକଡାଉନ୍ ବଳବତ୍ତର ରହିବ ବୋଲି କେଜ୍ରିୱାଲ ସରକାର ଘୋଷଣା କରିଛନ୍ତି। ସେହିପରି ୟୁପି ସରକାର ମଧ୍ୟ ୧୭ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର