ଭାରତର ହାତ ଛାଡ଼ିଲା କି ରୁଷ୍ ! ଋଷର ସାମରିକ ପ୍ରଶିକ୍ଷଣ କେନ୍ଦ୍ରରେ ଯୁଦ୍ଧ କୌଶଳ ଶିଖିବେ ପାକିସ୍ତାନୀ ସୈନିକ ଓ ଅଧିକାରୀ
ନୂଆଦିଲ୍ଲୀ: ଏଣିକି ପାକିସ୍ତାନୀ ସୈନିକ ଓ ସେନା ଅଧିକାରୀ ଋଷୀୟ ସାମରିକ ପ୍ରଶିକ୍ଷଣ ସଂସ୍ଥାରେ ପ୍ରଶିକ୍ଷଣ ପାଇବାର ସୁଯୋଗ ପାଇବେ ବୋଲି ନିକଟରେ ଜାଣିବାକୁ ମିିଳିଛି। ଏହି ଦୁଇ ଦେଶ ମଧ୍ୟରେ ଏପରି ସଂପର୍କ ସ୍ଥାପନ ଗତ କିଛି ବର୍ଷ ଧରି ବିଶ୍ୱ ରାଜନୀତିକୁ ପ୍ରଭାବିତ କରି ଆସୁଥିଲା। ରୁଷିଆନ୍ ଫେଡରେସନ୍(ଆର୍ଏଫ୍)ର ପ୍ରଶିକ୍ଷଣ ସଂସ୍ଥାରେ ପାକିସ୍ତାନୀ ସୈନିକ ଓ ସେନା ଅଧିକାରୀ ପ୍ରଶିକ୍ଷଣ ନେବା ନେଇ ଗୁରୁବାର ଏହି ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି। ରୁଷିଆ ନିକଟରେ ଭାରତକୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଯୋଗାଇବା ସହ ସାମରିକ ସମର୍ଥନର ହାତ ବଢ଼ାଇଥିବା ବେଳେ ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନ ସକାଶେ ଉଦାର ମନୋଭାବ ପୋଷଣ କରିବା ଭାରତ ପାଇଁ ବିପଦ ସାବସ୍ତ୍ୟ ହୋଇପାରେ।
Sambad is now on WhatsApp
Join and get latest news updates delivered to you via WhatsApp
ପାକିସ୍ଥାନୀ ଖବର ପୋର୍ଟାଲ୍ ଡନ୍.କମ୍ରେ ପ୍ରକାଶ ପାଇଥିବା ଖବର ଅନୁସାରେ, ମଙ୍ଗଳବାର ରାଓ୍ଵଲପିଣ୍ଡିରେ ରୁଷିଆ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ଜଏଣ୍ଟ ମିଲିଟାରି କନ୍ସୁଲେଟିଭ୍ କମିଟି(ଜେଏମ୍ସିସି) ବୈଠକରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଛି।
ଉଲ୍ଲେଖଯୋଗ୍ୟ, ୨୦୧୪ ମସିହା ନଭେମ୍ବରରେ ଏହି ଦୁଇ ଦେଶ ମଧ୍ୟରେ ସୁରକ୍ଷା କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବା ନେଇ ବୁଝାମଣା ହୋଇଥିଲା। ପରେ ୨୦୧୫ ମସିହା ଅକ୍ଟୋବରେ ଯୁଦ୍ଧ କୌଶଳ କ୍ଷେତ୍ରରେ ସହଯୋଗ ମୁଝାମଣା ମଧ୍ୟ ହୋଇଥିଲା। ଯେଉଁ କାରଣରୁ ଦୁଇ ଦେଶ ପରସ୍ପରଙ୍କୁ ହତିଆର ତିଆରିବାରେ ସହଯୋଗ କରିବେ ଓ ରୁଷିଆ ପାକିସ୍ଥାନକୁ ଯୁଦ୍ଧାସ୍ତ୍ର ଯୋଗାଇ ବୋଲି ସ୍ପଷ୍ଟ ହୋଇଥିଲା।
ପାକିସ୍ତାନ ପୂର୍ବରୁ ରୁଷିଆଠାରୁ ଏମ୍ଆ-୩୫ଏମ୍ କମ୍ବାଟ୍ ଏବଂ କାର୍ଗୋେ ହେଲିକପ୍ଟର କ୍ରୟ କରିସାରିଛି। ସେବେଠାରୁ ଦୁଇ ଦେଶ ମଧ୍ୟରେ ସୈନିକଙ୍କ ମଧ୍ୟରେ ସମରାଭ୍ୟାସ ଜାରି ବି ରହିଛି। ଦୁଇ ଦେଶ ମଧ୍ୟରେ ଏକ ରକମର ସକାରାତ୍ମକ ସଂପର୍କ ସୃଷ୍ଟି ହୋଇଥିବା ସ୍ପଷ୍ଟ ହୋଇଛି।