ନୂଆଦିଲ୍ଲୀ : ଚଟାପଟ୍ ପ୍ରସ୍ତୁତ ହେଉଥିବା ନୁଡୁଲ୍ସ ଜଣେ ଦମ୍ପତିଙ୍କ ଛାଡ଼ପତ୍ରର ମୁଖ୍ୟ କାରଣ ହୋଇଛି। ଜଣେ ମହିଳା ଦିନରାତି ତାଙ୍କ ସ୍ବାମୀଙ୍କୁ ମ୍ୟାଗି ପ୍ରସ୍ତୁତ କରି ଖାଇବାକୁ ଦେଉଥିବାରୁ ସ୍ବାମୀ ଏଥିରେ ଅତିଷ୍ଠ ହୋଇ ତାଙ୍କଠାରୁ ଛାଡ଼ପତ୍ର ଚାହିଥିଲେ । ଉଭୟଙ୍କ ମିଳିତ ବୁଝାମଣାରେ ଛାଡ଼ପତ୍ର ହୋଇସାରିଛି। ମହୀଶୁର ଜିଲ୍ଲା କୋର୍ଟ ବିଚାରପତି ଏମଏଲ୍ ରଘୁନାଥ ଏହି ଛାଡ଼ପତ୍ର ପ୍ରସଙ୍ଗରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ କହିଛନ୍ତି। ବିଚାରପତି ରଘୁନାଥ ଏହାକୁ ମ୍ୟାଗି ମାମଲା ବୋଲି କହିଥିଲେ। ଛାଡ଼ପତ୍ର ମାମଲା ଅତି କ୍ଷୀପ୍ର ଗତିରେ ବଢ଼ି ଚାଲିଛି। ଦମ୍ପତି ଛାଡ଼ପତ୍ର ପାଇଁ ଆବେଦନ କରିବା ପୂର୍ବରୁ ଅତି କମ୍ରେ ବର୍ଷେ ଏକାଠି ରହିବା ଦରକାର। ଆଜିକାଲି ଅତି ଛୋଟ କାରଣରୁ ଛାଡ଼ପତ୍ର ହେଉଛି ବୋଲି ବିଚାରପତି କହିଛନ୍ତି।
ଦିନରାତି ନୁଡୁଲ୍ସ ଖୁଆଇବାରୁ ପତ୍ନୀଙ୍କୁ ଛାଡ଼ପତ୍ର
/sambad/media/post_attachments/wp-content/uploads/2022/05/zgdagdagdagdgdgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)