କୋର୍ଟଙ୍କ ରାୟ ଓ ମଡେଲ ଜିଲୁ ଜୋସେଫଙ୍କ ସପକ୍ଷରେ ମତ ରଖିଲେ ଟେଲି ଅଭିନେତ୍ରୀ ଦିବ୍ୟାଙ୍କା

କୋଚି: କେରଳର ଏକ ପତ୍ରିକା କଭର୍‌ ଉପରେ ମଡେଲ୍‌ ଜିଲୁ ଜୋସେଫ ଶିଶୁଟିକୁ ସ୍ତନ୍ୟପାନ କରାଉଥିବାର ଏକ ଫଟୋ ପ୍ରକାଶ ପାଇଥିଲା। ଏହାକୁ ନେଇ ବିବାଦ ଉପୁଜିଥିଲା। ସର୍ବସାଧାରଣରେ ସନ୍ତ୍ୟପାନ ଓ ଏଭଳି ପତ୍ରିକା କଭର୍‌ରେ ଖୋଲାଖୋଲି ସ୍ତନ୍ୟପାନ ଦୃଶ୍ୟ ପ୍ରଦର୍ଶନ ଅଶ୍ଳୀଳତା ବୋଲି କିଛି ମାସ ତଳେ ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗର ବିଚାର କରି ଜୁନ୍‌ ୨୨ ତାରିଖରେ କେରଳ ହାଇକୋର୍ଟ ରାୟ ଦେଇଛନ୍ତି ଯେ ‘ଜଣେ ମାଆ ତା’ର ଶିଶୁକୁ ସ୍ତନ୍ୟପାନ କରାଇବା ଦୃଶ୍ୟରେ କୌଣସି ଅଶ୍ଳୀଳତା ନାହିଁ। ଅଶ୍ଳୀଳତା ସନ୍ତ୍ୟପାନରେ ନୁହେଁ, ବରଂ ଦେଖିବା ଲୋକର ଦୃଷ୍ଟିଭଙ୍ଗୀରେ ହିଁ ରହିଥାଏ।’ ବୋଲି କୋର୍ଟ ଜଣାଇଥିଲେ।

ଏବେ ଏହି ସଂପର୍କରେ ମତ ରଖିଛନ୍ତି ଟେଲି ଅଭିନେତ୍ରର ଦିବ୍ୟାଙ୍କା ତ୍ରିପାଠୀ। ସେ କହିଛନ୍ତି କି ‘କେରଳ ହାଇକୋର୍ଟ ଶୁଣାଇଥିବା ନିଷ୍ପତ୍ତି ସପକ୍ଷରେ ୁମଁ ଅଛି। ‘ଗୃହଲକ୍ଷ୍ମୀ’ ପତ୍ରିକା ସହ ମଡେଲ୍‌ ଜିଲୁ ଜୋସେଫ୍‌ଙ୍କୁ ମୁଁ ସମର୍ଥନ କରୁଛି। ଏହା ଅତ୍ୟନ୍ତ ସାହସୀକତା ପ୍ରଦର୍ଶନ। ମୁଁ ମୋର ଏମିତି କିଛି ବନ୍ଧୁ ଓ ସଂପର୍କର୍ୀୟାଙ୍କୁ ଦେଖିଛି ଯେଉଁମାନେ କି ବାହାରେ ସ୍ତନ୍ୟପାନ କରାଇବା ପୂର୍ବରୁ ବହୁ ଅସହଜ ମନେ କରିଥାନ୍ତି। ମାତ୍ର ଜଣେ ମାଆ କେବଳ ମାଆ ହିଁ ହୋଇଥାନ୍ତି। ନିଜ ସନ୍ତାନକୁ ସ୍ତନ୍ୟପାନ କରାଇବାରେ କୌଣସି ଅଶ୍ଳୀଳତା ନାହିଁ।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଫେବ୍ରୁଆରିରେ ମଡେଲ୍‌ ଜିଲୁ ଜୋସେଫ୍‌ଙ୍କର ମାଲାୟଲମ ପତ୍ରିକା ‘ଗୃହଲକ୍ଷ୍ମୀ’ର କଭର୍‌ ଫଟୋରେ ସ୍ତନ୍ୟପାନ ଦୃଶ୍ୟର ଏକ ଫଟୋ ପ୍ରକାଶ ପାଇଥିଲା। ଯାହାକି ଘୋର୍‌ ବିବାଦର କାରଣ ପାଲଟିଥିଲା। ପତ୍ରିକାର ପ୍ରକାଶକ ଏମ୍‌.ଭି. ଶ୍ରେୟାମ୍‌ସ କୁମାର ଏ ସଂପର୍କରେ ମତ ରଖିଥିଲେ ଯେ ସମାଜରେ ସ୍ତନ୍ୟପାନର ଉପକାରିତା ସଂପର୍କରେ ବାର୍ତ୍ତା ପ୍ରଦାନ କରିବା ପାଇଁ ଏପରି ଏକ କଭର୍‌ର ଚିନ୍ତା କରାଯାଇଥିଲା। ପିଲାକୁ କୌଣସି ବି ସ୍ଥାନରେ ସ୍ତନ୍ୟପାନ କରାଇବା ଜଣେ ମାଆର କର୍ତ୍ତବ୍ୟ। ଯଦି ସେଥିରେ କେହି ଅଶ୍ଳୀଳତା ଦେଖୁଛି ତ ସେ ଅସୁବିଧା ନିଜେ ସେହି ବ୍ୟକ୍ତିର।

ସମ୍ବନ୍ଧିତ ଖବର