ଆଲୋକର ପର୍ବକୁ ସାର୍ବଜନୀନ ଛୁଟି ଦିବସ ଘୋଷଣା କରିବା ପାଇଁ ଆମେରିକା କଂଗ୍ରେସରେ ‘ଦିଓ୍ଵାଲି ଡେ ଆକ୍ଟ୍‌’ ଆଗତ

ଓ୍ଵାସିଂଟନ୍‌: ଆଲୋକର ପର୍ବକୁ ସାର୍ବଜନୀନ ଛୁଟି ଦିବସ ଘୋଷଣା କରିବା ପାଇଁ ‘ହାଉସ୍‌ ଅଫ୍‌ ରିପ୍ରେଜେନ୍‌ଟେଟିଭ୍‌’ରେ ‘ଦିଓ୍ଵାଲି ଡେ ଆକ୍ଟ୍‌’ ଆଗତ ହୋଇଥିବା କଥା ନ୍ୟୁୟର୍କର କଂଗ୍ରେସ ସଦସ୍ୟା କେରୋଲିନ୍‌ ବି. ମେଲୋନିଙ୍କ ନେତୃତ୍ୱରେ ବୁଧବାର ଦିନ ସାଂସଦମାନେ ଘୋଷଣା କରିଛନ୍ତି।

‘ୟୁଏସ୍‌ କ୍ୟାପିଟଲ୍‌’ରେ ଆୟୋଜିତ କାର୍ଯ୍ୟକ୍ରମରେ ମେଲୋନି କହିଛନ୍ତି, ‘କଂଗ୍ରେସିଓନାଲ୍‌ ଇଣ୍ଡିଆନ୍‌ କୌକସ୍‌’ର ସଦସ୍ୟମାନଙ୍କ ସହ ଚଳିତ ସପ୍ତାହରେ ‘ଦୀପାବଳି ଡେ ଆକ୍ଟ୍‌’ ଆଗତ କରି ମୁଁ ଖୁବ୍‌ ଆନନ୍ଦିତା ଓ ଉଚ୍ଛ୍ୱସିତା। ଏହି ଆକ୍ଟ୍‌ ଦୀପାବଳିକୁ ସାର୍ବଜନୀନ ଛୁଟି ତାଲିକାଭୁକ୍ତ କରାଇବ।

Image Courtesy of India.com

ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟା ରାଜ କୃଷ୍ଣମୂର୍ତ୍ତିଙ୍କ ସମେତ ବହୁସଂଖ୍ୟକ ସାଂସଦ ହେଉଛନ୍ତି ଉପରୋକ୍ତ ଐତିହାସିକ ଚିଠାର ପ୍ରାୟୋଜକ। ଦୀପାବଳିର ଧାର୍ମିକ ଏବଂ ଐତିହାସିକ ମହିମା ଦର୍ଶାଇ କୃଷ୍ଣମୂର୍ତ୍ତି ‘ୟୁଏସ୍‌ କଂଗ୍ରେସ’ରେ ଏକ ପ୍ରସ୍ତାବନା ମଧ୍ୟ ଆଗତ କରିଛନ୍ତି।

ମେଲୋନି କହିଛନ୍ତି ଯେ, ଚଳିତ ବର୍ଷ ଦୀପାବଳି କୋଭିଡ୍‌-୧୯ ଅନ୍ଧକାରରୁ ଦେଶର ଆଲୋକାଭିମୁଖୀ ଯାତ୍ରାର ସଙ୍କେତ ବହନ କରୁଛି।

ସମ୍ବନ୍ଧିତ ଖବର