ଗିରଫ ହୋଇଥିବା ୨ ଅଲ୍‌କାଏଦା ଆତଙ୍କବାଦୀ ମାତ୍ର ୩,୦୦୦ଟଙ୍କା ପାଇଁ ତିଆରି କରୁଥିଲେ କୁକର ବୋମା

ନୂଆଦିଲ୍ଲୀ: ଗତକାଲି ଉତ୍ତରପ୍ରଦେଶରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ ହୋଇଥିଲା | ଉତ୍ତରପ୍ରଦେଶ ଏଟିଏସ୍‌ (ଆତଙ୍କବାଦୀ ନିରୋଧ ସ୍କ୍ବାଡ୍‌) ଲକ୍ଷ୍ନୌରେ ଚଢ଼ଉ କରି ଅଲ୍‌ କାଏଦାର ଏକ ଶାଖା ସଂଗଠନର ପର୍ଦ୍ଦାଫାସ କରିଥିଲା। ଏଟିଏସ୍‌ ଚଢ଼ଉ କରିଥିବା ଘରେ ୭ ଜଣ ରହୁଥିଲେ। ତେବେ ସେମାନଙ୍କ ମଧ୍ୟରୁ ୫ ଜଣ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ୨ ଜଣଙ୍କୁ ୟୁପି ଏଟିଏସ୍‌ ଗିରଫ କରିଛି। ପଚରାଉଚରା ପରେ ୨ଗିରଫ ଆତଙ୍କବାଦୀ ୩,୦୦୦ଟଙ୍କା ପାଇଁ କୁକର ବୋମା ତିଆରି କରୁଥିବା କଥା କହିଛନ୍ତି |

ପଚରାଉଚରା ବେଳେ ଦୁହେଁ ପ୍ରକାଶ କରିଛନ୍ତି ଯେ, ସେମାନେ ପ୍ରକୃତରେ ଅଲ କାଏଦା ସହ ଯୋଗାଯୋଗରେ ଥିଲେ ଏବଂ ଆତଙ୍କବାଦୀ ସଂଗଠନ ସେମାନଙ୍କ ସହ ଇଣ୍ଟରନେଟ ଜରିଆରେ ସମ୍ପର୍କ କରିଥିଲେ । ସେମାନେ ଅଲ କାଏଦା ଅପରେଟିଭଙ୍କ ନିର୍ଦ୍ଦେଶରେ ଏହି ବୋମା ତିଆରି କରୁଥିଲେ ବୋଲି ସ୍ୱୀକାର କରିଛନ୍ତି |

indiatoday.in

“ଅଲ କାଏଦା ସହିତ ଦୁହିଁଙ୍କ ସମ୍ପର୍କ ଥିବା ନିଶ୍ଚିତ ହୋଇଛି। ଏହା ଆମ ପାଇଁ ଏକ ବଡ ଆହ୍ୱାନ | ଏସବୁର ମୁକାବିଲା ପାଇଁ ଇଣ୍ଟେଲିଜେନ୍ସ ଏଜେନ୍ସି ଏବଂ ଏଟିଏସକୁ ଅଧିକ ଶକ୍ତି ଏବଂ ଅସ୍ତ୍ର ଦିଆଯିବ ବୋଲି ଏସିଏସ୍ ହୋମ୍ ଅବନିଶ ଅବସ୍ତି କହିଛନ୍ତି।

ସମ୍ବନ୍ଧିତ ଖବର