ନୂଆଦିଲ୍ଲୀ : କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର ଆଜି କର୍ଣ୍ଣାଟକର ମାଣ୍ଡ୍ୟାରେ ନିର୍ବାଚନ ପ୍ରଚାର କରିଛନ୍ତି। ଶିବକୁମାର ଆଜି ବେବିନାହଲ୍ଲି ନିକଟରୁ ରୢାଲି କରି ଯାଉଥିବା ବେଳେ ଲୋକଙ୍କ ଉପରକୁ ନୋଟ୍ ବର୍ଷା କରିଥିଲେ। ଶିବକୁମାର ଲୋକଙ୍କ ଉପରକୁ ଟଙ୍କା ଫୋପାଡ଼ୁଥିବା ଭିଡିଓ ମଧ୍ୟ ଏବେ ଭାଇରାଲ୍ ହୋଇଛି।
ଉଲ୍ଲେଖଯୋଗ୍ୟ, ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଖୁବ୍ଶୀଘ୍ର ତାରିଖ ଘୋଷଣା ହେବ। କଂଗ୍ରେସ କ୍ଷମତାକୁ ଆସିଲେ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବାପାଇଁ ଆଶାୟୀ ଅଛନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରି ସାରିଛି। କଂଗ୍ରେସର ପ୍ରଥମ ପର୍ଯ୍ୟାୟ ତାଲିକାରେ ଡିକେ ଶିବକୁମାର ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ସ୍ଥାନ ପାଇଥିଲେ।