ଚେନ୍ନାଇ : ତାମିଲନାଡ଼ୁର ଡିଏମ୍କେ ନେତା ଶିବାଜୀ କୃଷ୍ଣମୂର୍ତ୍ତି ବିଜେପି ନେତ୍ରୀ ଖୁସବୁ ସୁନ୍ଦର ଓ ରାଜ୍ୟପାଳ ଆର୍ଏନ୍ ରବିଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇ ଆଜି ଗିରଫ ହୋଇଛନ୍ତି। ଶିବାଜୀ କୃଷ୍ଣମୂର୍ତ୍ତି ଅତ୍ୟନ୍ତ ଆପତ୍ତିଜନକ ବୟାନ ଦେବାପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଜେପି ନେତ୍ରୀ ଖୁସବୁ ଏହି ପ୍ରସଙ୍ଗରେ ଜାତୀୟ ମହିଳା କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି। ମମଲା ଜଟିଳ ରୂପ ନେବାରୁ ଆଜି ଡିଏମକେ ଶିବାଜୀ କୃଷ୍ଣମୂର୍ତ୍ତିଙ୍କୁ ଦଳରୁ ବହିଷ୍କାର କରିଛି। ଶିବାଜୀଙ୍କ ଅଭଦ୍ର ଟିପ୍ପଣୀକୁ ନେଇ ଆଜି ଖୁସବୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କୁ ଘେରିଥିଲେ। ଷ୍ଟାଲିନ ତାଙ୍କ ପରିବାରର ମହିଳାଙ୍କ ପ୍ରତି ଏଭଳି ଅଭଦ୍ର ଟିପ୍ପଣୀ ଦିଆଗଲେ ବରଦାସ୍ତ କରିବେ କି ବୋଲି ଖୁସବୁ ପ୍ରଶ୍ନ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp