ନୂଆଦିଲ୍ଲୀ: ପୁଣି ଥରେ ଡିଏମକେର ଜଣେ ହିନ୍ଦୀଭାଷା ଓ ଉତ୍ତରଭାରତୀୟଙ୍କ ଉପରେ ଆପତ୍ତିଜନକ ବୟାନ ଦେଇଛନ୍ତି । ସେ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୟାନିଧି ମାରାନ । ମାରାନ କହିଛନ୍ତି ଯେ ଉତ୍ତରପ୍ରଦେଶ ଏବଂ ବିହାରରୁ ତାମିଲନାଡୁକୁ ଆସୁଥିବା ହିନ୍ଦୀ ଭାଷାଭାଷୀମାନେ ନିର୍ମାଣ କାର୍ଯ୍ୟ, ଶୌଚାଳୟ ସଫା କରିବା ଇତ୍ୟାଦି ଛୋଟ ଛୋଟ କାମ କରନ୍ତି । ଦୟାନିଧି ମାରାନଙ୍କ କ୍ଲିପ୍ ଉପରେ ବିଜେପି ନେତାମାନେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରତିକ୍ରିୟା ଲୋଡ଼ିଛନ୍ତି ।

Advertisment

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ ଡିଏମକେ ସାଂସଦ ସେନ୍ଥିଲ କୁମାର ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ସଂସଦରେ ଉତ୍ତର ଭାରତୀୟ ରାଜ୍ୟ (ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ନଥିଲେ) ବିଷୟରେ ମନ୍ତବ୍ୟ ଦେବା ପରେ ଡିଏମକେ ନେତା ଦୟାନିଧି ମାରାନ ପୁଣି ଥରେ ଉତ୍ତର-ଦକ୍ଷିଣ ରାଜ୍ୟମଧ୍ୟରେ ବିତର୍କ ଆରମ୍ଭ କରିବାକୁ ଚେଷ୍ଟା କରିଛନ୍ତି।

ଡିଏମକେ ବିରୋଧୀ ଦଳମାନଙ୍କ ମେଣ୍ଟ 'ଇଣ୍ଡିଆ'ର ଏକ ଅଂଶ, ଯେଉଁଥିରେ ଜେଡିୟୁ, ଆରଜେଡି ଏବଂ ସମାଜବାଦୀ ପାର୍ଟି ମଧ୍ୟ ଅନ୍ତର୍ଭୁକ୍ତ – ଯେଉଁମାନେ କି ବିହାର ଏବଂ ଉତ୍ତର ପ୍ରଦେଶର ମୁଖ୍ୟ ରାଜନୈତିକ ଦଳ । ମାରାନଙ୍କୁ ଟାର୍ଗେଟ କରି ବିହାର ବିଜେପି ସାଂସଦ ଗିରିରାଜ ସିଂହ ଟ୍ୱିଟ୍ କରି କହିଛନ୍ତି, ନୀତୀଶ କୁମାର ଏବଂ ଲାଲୁ ଯାଦବ ହିନ୍ଦୀ ଭାଷୀ ଲୋକଙ୍କ ବିଷୟରେ ସେମାନଙ୍କ ମେଣ୍ଟ ସହଯୋଗୀଙ୍କ ମତାମତ ସହ ସହମତ କି? ହିନ୍ଦୀଭାଷୀ ଲୋକଙ୍କ ପ୍ରତି ଡିଏମକେ ଓ 'ଇଣ୍ଡିଆ' ମେଣ୍ଟର ଏତେ ଘୃଣା କାହିଁକି ତାହା ସେ ସ୍ପଷ୍ଟ କରନ୍ତୁ।