ଡିଏମ୍‌କେରେ କ୍ଷମତା ଲଢ଼େଇ ତୀବ୍ର

୨୮ରେ ଅଧ୍ୟକ୍ଷ ହେବେ ଷ୍ଟାଲିନ୍‌, ଆଲାଗିରିଙ୍କ ପ୍ରତିବାଦ ର‍୍ୟାଲି ୫ରେ

ଚେନ୍ନାଇ:   ଅଗଷ୍ଟ ୭ ତାରିଖରେ ଡିଏମ୍‌କେ ସୁପ୍ରିମୋ  ଏମ୍‌ କରୁଣାନିଧିଙ୍କ ପରଲୋକ ପରେ ଡିଏମ୍‌୍‌କେରେ ନେତୃତ୍ୱକୁ ନେଇ ଉପୁଜିଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି। କରୁଣାନିଧି ଜୀବିତ ଅବସ୍ଥାରେ ସାନ ପୁଅ ଏମ୍‌୍‌.କେ ଷ୍ଟାଲିନ୍‌ଙ୍କୁ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଘୋଷିତ କରିଥିଲେ। ଅନ୍ୟପକ୍ଷରେ ବଡ଼ ପୁଅ ଆଲାଗିରିଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରିଥିଲେ।  ଏବେ ଦଳକୁ ନିିଜ ନିୟନ୍ତ୍ରରେ ରଖିବାକୁ ଆଲାଗିରି ଏବଂ ଷ୍ଟାଲିନ୍‌ ମୁହାଁମୁହିଁ ହୋଇଛନ୍ତି। ଡିଏମ୍‌୍‌କେର ସଭାପତି ଭାବେ ଷ୍ଟାଲିନ ଆଗାମୀ ୨୮ ତାରିଖ ଦିନ ଦାୟିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ବିରୋଧ କରି ଆଲାଗିରି  ୫ ସେପ୍‌ଟେମ୍ବରରେ ଏକ ମେଗା ର‍୍ୟାଲି ଆୟୋଜନ କରୁଥିବା ଜଣାପଡ଼ିଛି।  ଡିଏମ୍‌୍‌କେ ସମର୍ଥକଙ୍କୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଶକ୍ତି ପ୍ରଦର୍ଶନ ତାମିଲନାଡ଼ୁ ରାଜନୀତିରେ ସରଗରମ ସ୍ଥିତି ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର