ଡିଏମକେର ନିର୍ବାଚନୀ ପ୍ରତିଶ୍ରୁତି : ରାଜୀବ ଗାନ୍ଧି ହତ୍ୟା ଅଭିଯୁକ୍ତଙ୍କୁ ମୁକ୍ତ କରାଯିବ

ଚେନ୍ନାଇ : ଆଗାମୀ ସାଧାରଣ ନିର୍ବାଚନ ପାଇଁ ତାମିଲନାଡୁର ଡିଏମକେ ଦଳ କଂଗ୍ରେସ ସହିତ ମେଣ୍ଟ କରିଛି । ଦଳର ନେତା ଏମ.କରୁଣାନିଧୀଙ୍କ ଦେହାନ୍ତ ପରେ ଦଳ ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଛି । ଆଜି ଦଳ ପକ୍ଷରୁ ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି । ଏହି ଇସ୍ତାହାରରେ ଦଳ ପ୍ରତିଶ୍ରୁତି ଦେଇଛି ଯେ (ୟୁପିଏ ମେଣ୍ଟ) କ୍ଷମତାକୁ ଆସିଲେ ଜେଲରେ ଥିବା ରାଜୀବ ଗାନ୍ଧି ହତ୍ୟା ଅଭିଯୁକ୍ତ ମାନଙ୍କୁ ମୁକ୍ତ କରାଯିବ । ଏବେ ରାଜୀବ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ହୋଇ ୭ ଜଣ  ତାମିଲ ଜେଲରେ ଅଛନ୍ତି । ଦଳ କ୍ଷମତାକୁ ଆସିଲେ ଏମାନଙ୍କୁ ମାନବତା ଦୃଷ୍ଟିକୋଣରୁ ମୁକ୍ତ କରାଯିବା ନିମନ୍ତେ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେବା  ପାଇଁ କେନ୍ଦ୍ର ସରକାର ଓ ରାଷ୍ଟ୍ରପତିଙ୍କୁ ନିବେଦନ କରାଯିବ ।

ଏହାଛଡା ସବୁ ଶ୍ରୀଲଙ୍କା ଶରଣାର୍ଥୀମାନଙ୍କୁ ଭାରତୀୟ ନାଗରିକତା, ଏନଇଇଡି ପରୀକ୍ଷା ଉଚ୍ଛେଦ କରାଯିବ, ଶିକ୍ଷାଋଣ ଛାଡ କରାଯିବ, ତାମିଲନାଡୁରେ ଥିବା ସବୁ କେନ୍ଦ୍ର ସରକାରଙ୍କ ଅଫିସରେ ତାମିଲ ଭାଷାକୁ ମୁଖ୍ୟଭାଷା କରାଯିବ, ସ୍କୁଲ ଓ କଲେଜ ପିଲାଙ୍କୁ ମାଗଣା ରେଳ ସୁବିଧା ପ୍ରଦାନ କରାଯିବ ।

ସମ୍ବନ୍ଧିତ ଖବର