କାବୁଲ ଗୁରୁଦ୍ବାରା ଆକ୍ରମଣ ପଛରେ କେରଳ ଜନ୍ମିତ ଆତଙ୍କବାଦୀର ହାତ, ଡିଏନଏ ପରୀକ୍ଷାରୁ ସ୍ପଷ୍ଟ

 

ନୂଆଦିଲ୍ଲୀ : ଗତ ମାର୍ଚ୍ଚମାସ ୨୫ରେ ଅଫଗାନିସ୍ତାନ ରାଜଧାନୀ କାବୁଲରେ ଥିବା ଏକ ଗୁରୁଦ୍ୱାର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ କେରଳ ଜନ୍ମିତ ଆତଙ୍କବାଦୀ ମହମ୍ମଦ ମୋହସିନ ସଂପୃକ୍ତ ଥିବା ଡିଏନଏ ପରୀକ୍ଷାରୁ ସ୍ପଷ୍ଟ ହୋଇଯାଇଛି । ଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ଫୋରନ୍ସିକ ସାଇନ୍ସ ଲାବରେଟୋରୀରେ ହୋଇଥିବା ଡିଏନଏ ପରୀକ୍ଷା ପରେ ଏହା ଜଣାପଡ଼ିଛି ।

ଉକ୍ତ ଆକ୍ରମଣ ଘଟାଇଥିବା ଆତ୍ମଘାତି ଆତଙ୍କବାଦୀ ଡିଏନଏକୁ କେରଳରେ ରହୁଥିବା ତା ମା’ ମଇମୁନା ଅବଦୁଲ୍ଲାର ଡିଏନଏ ସହ ମିଳାଯିବା ପରେ ସେ ମହମ୍ମଦ ମୋହସିନ ବୋଲି ଜଣାପଡ଼ିଥିଲା ।

୧୯୯୧ରେ କେରଳର ଖୋସ୍ରାଗାଡ ନିକଟସ୍ଥ ତ୍ରିକାରପୁରଠାରେ ଜନ୍ମିତ ମହସିନ କିଛି ବର୍ଷ ପୂର୍ବେ ଆତଙ୍କବାଦୀ ସଂଗଠନ ଆଇଏସରେ ଯୋଗ ଦେଇଥିଲା । ସେ ଏହି ଆକ୍ରମଣ ଘଟାଇଥିବା ଆଇଏସ ନିଜର ସୋସିଆଲ ମିଡିଆ ଚ୍ୟାନେଲରେ ଘୋଷଣା କରିଥିଲା ।
ଗତ ମାର୍ଚ୍ଚମାସରେ ମଧ୍ୟ ଆଫଗାନିସ୍ତାନ କାବୁଲ ଗୁରୁଦ୍ୱାରାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ କେରଳର ଜଣେ ଆତଙ୍କବାଦୀର ହାତ ଥିବା ସେତେବେଳେ ଆଫଗାନିସ୍ତାନର ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଥିଲା । ଏହି ଆକ୍ରମଣରେ ୨୫ ଜଣ ଶିଖ ନିହତ ହୋଇଥିଲେ । ଏହା ପରେ ଏନଆଇଏ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ଏନଆଇଏ ପ୍ରଥମ ଥର ପାଇଁ ଭାରତ ବାହାରେ ଘଟିଥିବା ଏକ ଘଟଣାର ତଦନ୍ତ କରିଥିଲା ।

ସମ୍ବନ୍ଧିତ ଖବର