ଭାରତୀୟ ବଂଶୋଦ୍ଭବ ସୀମା ଡିଏନ୍‌ସି ମୁଖ୍ୟ

ଓ୍ଵାସିଂଟନ୍‌: ଆମେରିକା ଡେମୋକ୍ରାଟିକ୍‌ ପାର୍ଟିର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା- ଡିଏନ୍‌ସି (ଡେମୋକ୍ରାଟିକ୍‌ ନ୍ୟାସନାଲ କମିଟି)ର ନୂତନ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ସୀମା ନନ୍ଦ। ଏବେ ଆମେରିକାର ସବୁଠାରୁ ବଡ଼ ନାଗରିକ ଅଧିକାର ଅନୁଷ୍ଠାନ – ଦି ଲିଡରସିପ୍‌ କନଫରେନ୍ସ ଅନ୍‌ ସିଭିଲ୍‌ ଆଣ୍ଡ ହ୍ୟୁମାନ୍‌ ରାଇଟ୍ସର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଏବଂ ମୁଖ୍ୟ ପରିଚାଳନା ଅଧିକାରୀ ଥିବା ସୀମା ସୋମବାର ତାଙ୍କ ନୂତନ ଦାୟିତ୍ୱ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର