କୋଲ୍କାତା: ଯଦି କୌଣସି ଦୁର୍ନୀତି କରୁଥାଅ, ନିଜ ଦାୟିତ୍ବରେ କର। ସେଥିପାଇଁ ଦଳ ଦାୟୀ ହେବନାହିଁ ବୋଲି ବୋଲପୁରରେ ଆୟୋଜିତ ‘ତୃଣମୂଳ କଂଗ୍ରେସ କର୍ମୀ’ ସମ୍ମିଳନୀରେ ‘ବୁଥ୍ ପ୍ରେସିଡେଣ୍ଟ୍’ମାନଙ୍କୁ ମମତା ବାନାର୍ଜୀଙ୍କ ମନ୍ତ୍ରୀ ଚନ୍ଦ୍ରନାଥ ସିଂହ କହିଛନ୍ତି। କିନ୍ତୁ, ୨୦୨୪ ପର୍ଯ୍ୟନ୍ତ ନିଷ୍ଠାରେ ରହିବା ଲାଗି ସେ ଦଳୀୟ କର୍ମୀମାନଙ୍କୁ ଅନୁରୋଧ କରିଛନ୍ତି।
ମନ୍ତ୍ରୀଙ୍କର ଏଭଳି ବିବୃତିକୁ ସ୍ଥାନୀୟ ‘ବିଜେପି’ ନେତାମାନେ ତୀବ୍ର ସମାଲୋଚନା କରି କହିଛନ୍ତି ଯେ, ମାତ୍ର ୨ ବର୍ଷ ପାଇଁ ସତର୍କ ରହିବା ଲାଗି ମନ୍ତ୍ରୀ ଦଳୀୟ କର୍ମୀଙ୍କୁ ସତର୍କ କରାଇ ଦେଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ରବିବାର ଦିନ ଇଲାମବଜାରର ଧରମପୁରରେ ବୁଥ୍ଭିତ୍ତିକ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସେଥିରେ ବୋଲପୁର ବିଧାୟକ ତଥା ରାଜ୍ୟ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ଓ ବୟନମନ୍ତ୍ରୀ ଚନ୍ଦ୍ରନାଥ ସିହ୍ନା ଯୋଗ ଦେଇଥିଲେ। ସେ କହିଲେ, ଆଗରୁ ଯାହା କରିଛି ସେ ସବୁ ଭୁଲିଯାଅ। ୨୦୨୪ ପର୍ଯ୍ୟନ୍ତ ଆପଣମାନଙ୍କୁ ନୂଆ ନୀତିନିୟମ ମାନିବାକୁ ପଡ଼ିବ। ଯଦି ଆପଣ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଶାସନ କରିବାକୁ ହେଲେ ଦୁଇ ବର୍ଷ ପର୍ଯ୍ୟନ୍ତ ନିଷ୍ଠାର ସହିତ ରହିବାକୁ ପଡ଼ିବ।
Image Courtesy of Nagaland Postକର୍ମୀମାନଙ୍କୁ ବୁଝାଇ ସେ କହିଛନ୍ତି, ୨୦୨୪ ପର୍ଯ୍ୟନ୍ତ ଆପଣମାନଙ୍କୁ ଗୋଟାଏ ନିୟମ ମାନିବାକୁ ପଡ଼ିବ। କୌଣସି ପ୍ରକାର ଦୁର୍ନୀତି କରନାହିଁ। ବୁଥ୍ ଦାୟିତ୍ବରେ ଥିବା ସମସ୍ତଙ୍କୁ ମୋର ଅନୁରୋଧ ସେମାନେ ବୁଥ୍ର ସମସ୍ତ ଜନତାଙ୍କ ସହ ଯୋଗାଯୋଗ କରନ୍ତୁ। ଆଗରୁ ବି ମୁଁ ଏକଥା କହିଛି, କିନ୍ତୁ ଆପଣମାନେ ଶୁଣିଲେ ନାହିଁ। ତେଣୁ, ଶେଷଥର ପାଇଁ କହୁଛି ଯେ, ବୁଥ୍ ଦାୟିତ୍ବରେ ଥିବା ସମସ୍ତେ ବୁଥ୍ର ସବୁ ଜନତାଙ୍କ ସହ ଯୋଗାଯୋଗ କରନ୍ତୁ। କାହାକୁ ଛାଡ଼ନ୍ତୁ ନାହିଁ। ଯଦି ୨୦୨୪ ଲୋକସଭାରେ ଆମେ ଏକଜୁଟ ହୋଇପାରିବା ନାହିଁ ତେବେ, ବିଜେପି କ୍ଷମତାସୀନ ହୋଇ ଆପଣମାନଙ୍କୁ ତଡ଼ିଦେବ। ସେତେବେଳେ କାନ୍ଦିବା ଛଡ଼ା ଆମର ଆଉ କିଛି ଉପାୟ ନ ଥିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/tmc.jpg)