ନୂଆଦିଲ୍ଲୀ: କୃଷକ ପ୍ରସଙ୍ଗରେ ବୁଧବାର ରାଜ୍ୟସଭାରେ ଏକ ବଡ଼ ଧରଣର ହଙ୍ଗାମା ସୃଷ୍ଟି ହୋଇଛି।  କଂଗ୍ରେସ ସାଂସଦ ରଣଦୀପ ସୁରଜେୱାଲା ନିୟମ ୨୬୭ ଅନୁଯାୟୀ କୃଷକମାନଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି)ର ଆଇନଗତ ଗ୍ୟାରେଣ୍ଟି ପ୍ରଦାନ ପ୍ରସଙ୍ଗରେ ଆଲୋଚନା ପାଇଁ ନୋଟିସ ଦେଇଥିଲେ। ଏହା ଅନ୍ତର୍ଗତ ସେ ଚାହୁଁଥିଲେ ଯେ ସରକାର ଏହି ପ୍ରସଙ୍ଗରେ ଆଲୋଚନା କରନ୍ତୁ, କିନ୍ତୁ ଅଧ୍ୟକ୍ଷ ଜଗଦୀପ ଧନକର ଏହି ନୋଟିସ ଉପରେ ଆଲୋଚନା କରିବାକୁ ଅନୁମତି ଦେଇ ନ ଥିଲେ।

Advertisment

ଏହା ଉପରେ ବିରୋଧୀ ଦଳର ସଦସ୍ୟମାନେ କ୍ରୋଧିତ ହୋଇ ଗୃହର ମଧ୍ୟଭାଗକୁ ଆସି ନାରାବାଜି ଆରମ୍ଭ କରି ଦେଇଥିଲେ। ସେମାନଙ୍କ ଚ ମଧ୍ୟରେ ଅଧ୍ୟକ୍ଷ ଜଗଦୀପ ଧନକର କ୍ରୋଧିତ ହୋଇ ବିରୋଧୀ ସଦସ୍ୟଙ୍କୁ ତାଗିଦ୍ କରିଥିଲେ।

ଅଧ୍ୟକ୍ଷ ବିରୋଧୀ ସଦସ୍ୟଙ୍କୁ କଟାକ୍ଷ କରି କହିଥିଲେ ଆପଣମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣମା‌ନେ ନାଟକ କରୁଛନ୍ତି। ସେ କହିଥିଲେ,କୁମ୍ଭୀର କାନ୍ଦଣା କାନ୍ଦିଲେ ଚାଷୀଙ୍କ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଆପଣ କୃଷକଙ୍କ ସମସ୍ୟାର ସମାଧାନ କରିବାକୁ ଚାହୁଁନାହାନ୍ତି। କୃଷକମାନେ ଆପଣଙ୍କର ଶେଷ ପ୍ରାଥମିକତା ଅଟନ୍ତି। ଅଧ୍ୟକ୍ଷ ଏହା ମଧ୍ୟ କହିଛନ୍ତି ଯେ ଗୃହରେ ୫ଦିନ ଧରି ସାଧାରଣ କାର୍ଯ୍ୟ  ହୋଇପାରି ନାହିଁ।

ନିୟମ ୨୬୭ ଅନୁଯାୟୀ ନୋଟିସ ଯୋଗୁ ପ୍ରକ୍ରିୟା ଚାଲିପାରିଲା ନାହିଁ ଏବଂ ଏହି ନୋଟିସଗୁଡ଼ିକ ମଧ୍ୟରୁ କୌଣସିଟି କୃଷକଙ୍କ ପ୍ରସଙ୍ଗରେ ନ ଥିଲା। ବର୍ତ୍ତମାନ ଆପଣମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ସଦସ୍ୟମାନଙ୍କର ନାମ ନେବାକୁ ସେ ଚେତାବନୀ ମଧ୍ୟ ଦେଇଥିଲେ। ଏହା ପରେ ଅଧ୍ୟକ୍ଷ ଗୃହର ପ୍ରକ୍ରିୟା ଜାରି ରଖିଥିଲେ।


ଅଧିକ ପଢ଼ନ୍ତୁ: ୨୯ ମାସରେ ମୁଖ୍ୟମନ୍ତ୍ରୀରୁ ଉପମୁଖ୍ୟମନ୍ତ୍ରୀ!: ସିନ୍ଦେଙ୍କ ରାଜନୈତିକ ଯାତ୍ରା

କୃଷକ ପ୍ରସଙ୍ଗ ଉଠାଇ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଥିଲେ, ଅନ୍ନଦାତାଙ୍କୁ ଲାଠିରେ ପିଟା ଯାଉଛି। ସର୍ବନିମ୍ନ ସହାୟକ ମୂଲ୍ୟର ପ୍ରତିଶ୍ରୁତି ପୂରଣ ହୋଇନାହିଁ। ସେ ଅଭିଯୋଗ କରିଥିଲେ, ଏହି ସରକାର କୃଷକଙ୍କ ଶତ୍ରୁ ଏବଂ କୃଷକମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

ପ୍ରମୋଦ ତିୱାରୀଙ୍କ ବକ୍ତବ୍ୟ ପରେ ଜୟରାମ ରମେଶ କିଛି କହିଥିଲେ, ଯାହା ଉପରେ ଅଧ୍ୟକ୍ଷ ଜଗଦୀପ ଧନକର କ୍ରୋଧିତ ହୋଇଥିଲେ। ସେ କହିଥିଲେ, ଜୟରାମଜୀ, ମୋର ପାଟି ଖୋଲନ୍ତୁ ନାହିଁ।

ପ୍ରମୋଦ ତିୱାରୀଙ୍କୁ ସମ୍ବୋଧିତ କରି ସେ କହିଥିଲେ ଆପଣ ଅନୁମତି ଦେଲି କାରଣ ଆପଣ ହଙ୍ଗାମା ସୃଷ୍ଟି କରୁଛନ୍ତି। ମୁଁ ବିତର୍କରେ ହସ୍ତକ୍ଷେପ କରିବାକୁ ଚାହୁଁ ନାହିଁ। ତା’ପରେ ଅଧ୍ୟକ୍ଷ ଆପ୍‌ର ପଞ୍ଜାବ ସାଂସଦ ଅଶୋକ ମିତ୍ତଲଙ୍କୁ ବ୍ୟାଙ୍କିଙ୍ଗ ସହ ଜଡିତ ଏକ ପ୍ରସଙ୍ଗରେ କହିବାକୁ କହିଥିଲେ। ଏହି କାରଣରୁ ବିରୋଧୀ ସଦସ୍ୟମାନେ କୃଷକମାନଙ୍କ ପ୍ରସଙ୍ଗରେ ନାରାବାଜି କରି ଗୃହ ତ୍ୟାଗ କରି ବାହାରକୁ ପଳାଇ ଯାଇଥିଲେ।

ଅଧିକ ପଢ଼ନ୍ତୁ: ପଞ୍ଜାବର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ଉପ‌ରେ ଆକ୍ରମଣ ହେବାର ସୂଚନା ପାଇଥିଲା ପୁଲିସ