ଡାକଘରେ ଅଛି କି ଜମାଖାତା? ହୋଇଯା’ନ୍ତୁ ସତର୍କ; ନହେଲେ ବନ୍ଦ ହୋଇଯିବା ଆକାଉଣ୍ଟ

୧୧ ଡିସେମ୍ବରରୁ ବଦଳିଯିବ ଏସବୁ ନିୟମ

ନୂଆଦିଲ୍ଲୀ: କ’ଣ ଆପଣଙ୍କର ଡାକଘରେ ବା ପୋଷ୍ଟ ଅଫିସ୍ ରେ ରହିଛି କି ସେଭିଙ୍ଗସ୍ ଆକାଉଣ୍ଟ? ତେବେ ଜାଣନ୍ତୁ ୧୧ ଡିସେମ୍ବର ଠାରୁ ବଦଳିଯିବ ଏସବୁ ନିୟମ । ତେଣୁ ଆପଣ ଶୀଘ୍ର ଏସବୁ ନିୟମ ବାବଦରେ ଜାଣିବା ଦରକାର । ନଚେତ୍ ଆପଣଙ୍କ ସେଭିଙ୍ଗିସ୍ ଆକାଉଣ୍ଟ ହୋଇଯିବ ବନ୍ଦ ।

୧୧ ଡିସେମ୍ବର ଠାରୁ ପୋଷ୍ଟ ଅଫିସ ତା’ର ସେଭିଙ୍ଗସ ଆକାଉଣ୍ଟ ଉପରେ ଥିବା ପୁରୁଣା ନିୟମକୁ ବଦଳାଇବାକୁ ଯାଉଛି । ଯେଉଁଥିରେ ପ୍ରଥମ ତ ଆପଣଙ୍କ ଖାତାରେ ସର୍ବନିମ୍ନ ରାଶି ୫ ଶହ ଟଙ୍କାରୁ କମ୍ ଥିଲେ ଆପଣଙ୍କୁ ଦେବାକୁ ହେବ ସେବା କର । ଏନେଇ ସୂଚନା ଦେଇଛି ଭାରତୀୟ ଡାକ ବିଭାଗ । ଯଦି ଆପଣ ସେବାକର ଦେବାକୁ ଚାହୁଁ ନାହାନ୍ତି ତେବେ ୧୧ ଡିସେମ୍ବର ପୂର୍ବରୁ ଖାତାରେ ସର୍ବନିମ୍ନ ୫ ଶହ ଟଙ୍କା ଜମା କରନ୍ତୁ ।

ଭାରତୀୟ ଡାକ ୱେବ୍ ସାଇଟରେ ଏହା ସୂଚନା ଦିଆଯାଇଛି କି ଯଦି ଚଳିତ ଆର୍ଥିକ ବର୍ଷରେ ଆପଣ ଜମା ଖାତାରେ ୫୦୦ ଟଙ୍କାରୁ କମ୍ ରହିଛି ତେବେ ଆପଣଙ୍କ ଖାତାରୁ ସେବାକର ବାବଦରେ ଡାକ ବିଭାଗ ୧୦୦ ଟଙ୍କା କାଟି ନେବ । ଯଦି ଆପଣଙ୍କ ଖାତାରେ ୧୦୦ ଟଙ୍କାରୁ କମ୍ ବାଲାନ୍ସ ରହିଛି ତେବେ ଆପଣଙ୍କ ଖାତା ସ୍ୱତଃପ୍ରବୃତ୍ତ ଭାବେ ବନ୍ଦ ହୋଇଯିବ ।

ଏବେ ଡାକ ବିଭାଗ ଆପଣଙ୍କ ଜମା ଉପରେ ୪ ପ୍ରତିଶତ ସୁଧ ଦେଉଛି । ଏହା ସହ ୧୦ ହଜାର ଟଙ୍କା ସୁଧ ପର୍ଯ୍ୟନ୍ତ ଆପଣଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡୁ ନାହିଁ । ହେଲେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଆପଣ ଯଦି ୩ ବର୍ଷ ମଧ୍ୟରେ ଥରୁଟିଏ ବି ଆପଣଙ୍କ କାରବାର କରି ନାହାନ୍ତି ତାହେଲେ ସେହି ସଂଚୟ ଖାତା ବି ବନ୍ଦ ହୋଇଯିବ ।

କହିରଖୁ କି ବ୍ୟାଙ୍କରେ ଜଣେ ସବାଳକ କେବଳ ଖାତା ପରିଚାଳନା କରିବାର ସୁବିଧା ଥିବା ବେଳେ ଡାକ ବିଭାଗରେ ବି ଜଣେ ନାବାଳକ ଖାତା ଖୋଲି କାରବାର କରିପାରିବ । ହେଲେ ନାବାଳକଟିର ବୟସ ସର୍ବନିମ୍ନ ୧୦ ବର୍ଷ ହୋଇଥିବା ଦରକାର । ଅନ୍ୟପଟେ ଆପଣ ଡାକଘରେ ଜଏଣ୍ଟ ଏକାଉଣ୍ଟ ବି ଖୋଲିପାରିବେ । ଅନ୍ୟପଟେ ବ୍ୟାଙ୍କ ଭଳି ଡାକଘର ବି ଆପଣଙ୍କ ଜମାଖାତା ଉପରେ ଏଟିଏମ୍, ଚେକ୍ ବୁକ୍ ଓ ମୋବାଇଲ ବ୍ୟାଙ୍କିଙ୍ଗ୍ ଭଳି ସୁବିଧା ଉପଲବ୍ଧ କରାଉଛି ।

ସମ୍ବନ୍ଧିତ ଖବର