ନୂଆଦିଲ୍ଲୀ: ସୁନାର ଦାମ୍ ଯେତେ ହେଉ ପଛେ ଲୋକଙ୍କର କିଣିବା ଆଗ୍ରହ କମୁନି । ବାହାଘର ହେଉ ବ୍ରତଘର…କି ଧନତେରସ୍ ପରି ପୂଜା ଅବସର । ଅନେକ ସମୟରେ ସୁନା ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ । ଏବେ ତ ସୁନାଦର ଭୟଙ୍କର ଭାବରେ ବଢିଛି । ଏହାପରେ ବି ସୁନା ପ୍ରତି ଲୋକଙ୍କ ଆକର୍ଷଣ ସତେ ଯେମିତି କମିନି । ଆମେ ସମସ୍ତେ ଜାଣିଛନ୍ତି ସୁନା ଉପରେ ଆମେ ଅନ୍ୟ ଦେଶ ଉପରେ ନିର୍ଭରଶୀଳ । ହେଲେ ଆପଣ ଜାଣିଛନ୍ତି କି ଭାରତରେ ପ୍ରତିବର୍ଷ କେତେ ପରିମାଣରେ ସୁନା ଆମଦାନୀ ହେଉଛି । ଭାରତରେ ପ୍ରତି ବର୍ଷ କେତେ ସୁନା ଉତ୍ପାଦନ ହେଉଛି ?
ଦୁବାଇ…ସେଠାରେ ସୁନାର ଦାମ କମ୍ । ଭାରତ ସହ ଦୁବାଇର ସମ୍ପର୍କ କି ବହୁତ ଭଲ। ସେଇଥି ଲାଗି ତ ଭାରତକୁ ସର୍ବାଧିକ ସୁନା ଆମଦାନୀ ହେଉଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ଭାରତ ଅପେକ୍ଷା ଦୁବାଇରେ ସୁନାର ଦାମ କମ୍ । ହେଲେ ଭାରତରେ ତାହାଠାରୁ ଅଧିକ ସୁନା ଉତ୍ପାଦନ ହେଉଛି । ମିଳିଥିବା ସୂଚନା ଅନୁସାରେ,ଦୁବାଇରେ ଗୋଟିଏ ହେଲେ ବି ସୁନା ମାଇନିଂ ନାହିଁ ହେଲେ ଭାରତରେ ଅନେକ ସୁନା ମାଇନିଂ ରହିଥିବା ଜଣାପଡ଼ିଛି । ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସର ରିପୋର୍ଟ ଅନୁସାରେ, ଭାରତରେ ପ୍ରତିବର୍ଷ ୧ ହଜାରରୁ ୧୫୦୦ କିଲୋ ପର୍ଯ୍ୟନ୍ତ ପ୍ରାଇମେରୀ ସୁନା ଉତ୍ପାଦନ ହେଉଛି। ୨୦୨୧-୨୦୨୨ ମସିହାରେ ଭାରତରେ ୧୨୫୧ କିଲୋଗ୍ରାମ ସୁନା ଉତ୍ପାଦନ ହେଉଥିଲା । ଏହାପୂର୍ବରୁ ୨୦୧୯-୨୦ ରେ ୧୭୨୪ କିଲୋ ସୁନା ଉତ୍ପାଦନ ହେଉଥିଲା । ଯଦି ଆପଣ ୨୩-୨୪ବର୍ଷ କଥା କହିବେ ତେବେ ୧୫୫୨ କିଲୋଗ୍ରାମ୍ ସୁନା ଉତ୍ପାଦନ ହୋଇଛି ।
ସୁନା ଉତ୍ପାଦନ କ୍ଷେତ୍ରରେ ଭାରତ ବହୁ ଆଗରେ ରହିଛି । ରିପୋର୍ଟରୁ ଜଣାଯାଉଛି କି, ପ୍ରତିବର୍ଷ ଭାରତରେ ଯେତିକି ପରିମାଣରେ ସୁନା ଉତ୍ପାଦନ ହେଉଛି ତାହା ୫ ପ୍ରତିଶତ ଏପଟ ସେପଟ ହେଉଛି । ଅର୍ଥାତ୍ କେଉଁ ବର୍ଷ ୫ ପ୍ରତିଶତ କମୁଛି ନହେଲେ କେଉଁ ବର୍ଷ ୫ ପ୍ରତିଶତ ବଢୁଛି । ଭାରତରେ ଯେତେ ରାଜ୍ୟ ଅଛନ୍ତି ସେମାନଙ୍କ ମଧ୍ୟରୁ ସର୍ବାଧିକ କର୍ଣ୍ଣାଟକରେ ହିଁ ସୁନା ଉତ୍ପାଦନ ହେଉଛି । ଗତ କିଛିବର୍ଷ ଭିତରେ ପୂରା ଦେଶରୁ ଯେତିକି ସୁନା ଉତ୍ପାଦନ ହୋଇଛି ତାହାର ୯୯ ପ୍ରତିଶତ କେବଳ କର୍ଣ୍ଣାଟକରୁ ବୋଲି ଜଣାଯାଏ । ହେଲେ ୨୩-୨୪ ବର୍ଷରେ କର୍ଣ୍ଣାଟକର ସୁନା ଉତ୍ପାଦନ କମିଯାଇଛି । ଅର୍ଥାତ୍ କର୍ଣ୍ଣାଟକ ଛଡ଼ା ଏବେ ଝାଡ଼ଖଣ୍ଡ ଓ ଆନ୍ଧ୍ର-ପ୍ରଦେଶରୁ ସୁନା ଉତ୍ପାଦନ ହେଉଛି।
ମୋଟ୍ ଉପରେ ସୁନାକୁ ନେଇ ସବୁବେଳେ ଚର୍ଚ୍ଚା ଚାଲେ । କାରଣ ଦର ଏବେ ୮୦ ପାଖରେ । ତେଣୁ କେମିତି ସୁନା କିଣିବେ ଲୋକ ସେନେଇ ଅନେକ ଚର୍ଚ୍ଚା ବି ହୁଏ । ହେଲେ ଦୁବାଇରୁ ଭାରତରେ ଅଧିକ ସୁନା ଉତ୍ପାଦନ ଖବର ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି ।