ମୁମ୍ବାଇ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଅଲପନ ବନ୍ଦୋପାଧ୍ୟାୟଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଘଟଣାରେ ପୁଲିସ ତିନିଜଣଙ୍କୁ ମଙ୍ଗଳବାର ଗିରଫ କରିଛି। ଗିରଫ ତିନିଜଣଙ୍କୁ ପୁଲିସ ପଚରାଉଚରା ଜାରି ରଖିଛି।
ସୂଚନାଯୋଗ୍ୟ, ଅକ୍ଟୋବର ୨୭ରେ କିଛି ଅଜଣାଲୋକ ଅଲପନ ବନ୍ଦୋପାଧ୍ୟାୟଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏହି ଅଜଣା ଲୋକମାନେ ଅଲପନଙ୍କ ସ୍ତ୍ରୀଙ୍କ ପାଖକୁ ଏହି ଧମକଭରା ଚିଠି ପଠାଇଥିଲେ।
ପୁଲିସ ସୂତ୍ରରୁ ପ୍ରକାଶ, ଏକ ବିଶେଷ ସୂଚନାକୁ ଆଧାର କରି ବାଲିଗଞ୍ଜ ଅଞ୍ଚଳର ଜଣେ ଟାଇପିଷ୍ଟକୁ ଗତ ସୋମବାର ଗିରଫ କରାଯାଇଥିଲା। ଯିଏକି ସ୍ବୀକାର କରିଥିଲା କି ସେ ଏଭଳି ଧମକଭରା ଚିଠି ନିଜେ ଟାଇପ କରିଥିଲା। ଟାଇପିଷ୍ଟ କୁମାର କାୟାଲ ଠାରୁ ସୂଚନା ପାଇବା ପରେ ପୁଲିସ ସହରର ଏକ ମେଡିକାଲ କଲେଜରେ କାମ କରୁଥିବା ଡାକ୍ତର ଅରିନ୍ଦମ ସେନଙ୍କୁ ଗିରଫ କରିଥିଲା। ଏଥିସହିତ ଡାକ୍ତର ଗାଡ଼ି ଚଲାଉଥିବା ଚାଳକ ରମେଶକୁ ବି ପୁଲିସ ଗିରଫ କରିଥିଲା।
ଡାକ୍ତର ଅରିନ୍ଦମ ସେନ ସେଦିନ ୭ଟି ଚିଠି କୋଲକାତାର ଏକ ଡାକ ଘରୁ ପଠାଇଥିଲେ। ଗୋଟିଏ ଚିଠି ଅଲପନ ବନ୍ଦୋପାଧ୍ୟାୟଙ୍କ ସ୍ତ୍ରୀ ପାଖକୁ ଯାଇଥିବା ବେଳେ ଅନ୍ୟ ଚିଠି ଗୁଡ଼ିକ ମେଡିକାଲ ଏଜୁକେସନର ନିର୍ଦେଶକ, ମେଡିକାଲ କଲେଜର ପ୍ରିନ୍ସପାଲ ଓ ବରିଷ୍ଠ ଅମଲାତନ୍ତ୍ର ନିକଟକୁ ପଠାଯାଇଥିଲା। ମେଡିକାଲ କଲେଜର ପ୍ରିନ୍ସପାଲଙ୍କ ନିକଟକୁ ପଠାଯାଇଥିବା ଚିଠିରେସେ ଲେଖଥିଲେ କି ଡାକ୍ତରଙ୍କ ଆନ୍ଦୋଳନ ହେବ ଏବଂ ଦୁଇଜଣ ଡାକ୍ତର ମରିବେ।
ଅଲପନ ବନ୍ଦୋପାଧ୍ୟାୟଙ୍କ ପତ୍ନୀ ସୋନାଲି ଚକ୍ରବର୍ତ୍ତୀ କୋଲକାତା ବିଶ୍ବବିଦ୍ୟାଳୟରେ କୁଳପତି ଅଛନ୍ତି। ତାଙ୍କୁ ଏକ ଚିଠି ମିଳିଥିଲା। ଯେଉଁଥିରେ ଲେଖାଥିଲା, ମ୍ୟାଡମ, ଆପଣଙ୍କ ସ୍ବାମୀଙ୍କୁ ହତ୍ୟା କରାଯିବା। କେହି ବି ତାଙ୍କ ଜୀବନ ବଞ୍ଚାଇ ପାରିବେ ନାହିଁ। ଏହାପରେ ସୋନାଲି ଚକ୍ରବର୍ତ୍ତୀ କୋଲକାତା ପୁଲିସ ନିକଟରେ ଅଭିଯୋଗ କରିଥିଲେ।
ପୁଲିସ ସୂତ୍ରରୁ ପ୍ରକାଶ, ଉକ୍ତ ଡାକ୍ତର ଏହି ଘଟଣା ପୂର୍ବରୁ ଏଭଳି ଚିଠି ଅନେକ ଲୋକଙ୍କୁ ପଠାଇଛନ୍ତି। କୁହାଯାଉଛି କି ଡାକ୍ତର ମାନସିକ ରୋଗରେ ପୀଡିତ ଅଛନ୍ତି। ଏହି ଘଟଣାର ତଦନ୍ତ ଚଲାଇଛି ପୁଲିସ।