ପ୍ରତି ୩ ମାସରେ ଏମ୍ସରେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ

ନୂଆଦିଲ୍ଲୀ : ଖୁବ୍‌ଶୀଘ୍ର ଭୁ‌ବନେଶ୍ବର ଏମ୍ସ ସମେତ ଭୋପାଳ, ‌େଯାଧପୁର, ପାଟନା ରାୟପୁର ଓ ଋଷିକେଶ ଏମ୍ସ ହସ୍ପିଟାଲରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ କରାଯିବ। ବର୍ତ୍ତମାନ ଭୁବନେଶ୍ବର ଏମ୍ସ ସମେତ ୬ଟି ଏମ୍ସରେ ଫ୍ୟାକଲ୍ଟି, ସିନିଅର ରେସିଡେଣ୍ଟ୍‌ସ ଓ ଜୁନିଅର ରେସିଡେଣ୍ଟ୍‌ସରେ ମୋଟ୍‌ ୩୧୯୦ ପଦ ଖାଲି ପଡ଼ିଛି। ଏଥିମଧ୍ୟରୁ ଭୁବନେଶ୍ବର ଏମ୍ସରେ ଫ୍ୟାକଲ୍ଟି ପଦ ପାଇଁ ୧୨୫ଟି, ସିନିଅର ରେସିଡେଣ୍ଟ୍‌ସର ୧୨୯ ପଦ ଏବଂ ଜୁନିଅର ‌ ରେସିଡେଣ୍ଟ୍‌ସର ୨୭୫ଟି ପଦ ଖାଲି ପଡ଼ିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଖାଲିପଡ଼ିଥିବା ପଦ ପୂରଣ ପାଇଁ ତତ୍ପରତା ପ୍ରକାଶ ପାଇଛି। ମନ୍ତ୍ରାଳୟ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟାରେ ଅମୂଳଚୂଳ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି। ୬ଟି ଏମ୍ସ ପାଇଁ କମନ୍‌ ସିଲେକସନ୍‌ ବୋର୍ଡ ଗଠନ କରାଯିବ ଏବଂ ପ୍ରତ୍ୟେକ ୩ ମାସ‌େର ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇବ। ଚଳିତ ମାସ ଏମ୍ସରେ କେନ୍ଦ୍ରୀୟ ପରିଷଦ ବୈଠକରେ ଏହି ପ୍ରସ୍ତାବକୁ ମଂଜୁରି ଦିଆଯିବ ବୋଲି ସୂତ୍ରରୁ ଜଣାପଡ଼ିଛି। ଡାକ୍ତରମାନଙ୍କ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଉପକମିିଟି ମଧ୍ୟ ଗଠନ କରାଯିବ।

ସମ୍ବନ୍ଧିତ ଖବର