ନୂଆଦିଲ୍ଲୀ: ସରକାରୀ ଡାକ୍ତରଖାନାର ଡାକ୍ତରମାନଙ୍କୁ ରାଜନେତାମାନେ ନିଜ ଘରକୁ ଚିକିତ୍ସା କରାଇବାକୁ ଡାକୁଛନ୍ତି | ଆଉ ଏବାବଦରେ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଫେରାଦ ହୋଇଛି ଡାକ୍ତରୀ ସଂଘ | ଡକ୍ଟର ଆସୋସିଏସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ (FAIMA) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ସରକାରୀ ଡାକ୍ତରଖାନାଗୁଡ଼ିକରେ ହେଉଥିବା ଭିଆଇପି ସଂସ୍କୃତି ବିରୋଧରେ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ଚିଠିରେ ଡାକ୍ତରୀ ସଂଗଠନ ଅନେକ ବଡ଼ ଅଭିଯୋଗ ଆଣିଛି | ରାଜନେତାମାନେ ଡାକ୍ତରମାନଙ୍କୁ ନିଜର ଚିକିତ୍ସା ପାଇଁ ଅଯଥା ଡାକୁଛନ୍ତି ଓ କୌଣସି ସୁବିଧା ଦେଉନାହାନ୍ତି |
କୌଣସି ରାଜନେତା କରୋନା ପଜିଟିଭ ହେଲେ ବି ସେମାନେ ଡାକ୍ତରଙ୍କୁ ଘରକୁ ଡାକି ନିଜର ଚିକିତ୍ସା କରାଉଛନ୍ତି | ସେହିପରି ରାଜନେତାମାନେ ନିର୍ବାଚନୀ ସଭାରେ ଯୋଗ ଦେଇ କରୋନା ସଂକ୍ରମିତ ହୋଇ ଆସୁଛନ୍ତି ଓ ଡାକ୍ତରମାନଙ୍କୁ ଘରକୁ ଡାକି ଚିକିତ୍ସା କରାଇବା ଦ୍ୱାରା ଜଣେ ଡାକ୍ତର ମଧ୍ୟ କରୋନା ସଂକ୍ରମିତ ହେଉଛନ୍ତି |
ସେହିପରି ଚିଠିରେ ଉଲ୍ଲେଖ କରାଯାଇଛି ଯେ କେନ୍ଦ୍ର ସରକାର ଡାକ୍ତରଖାନାଗୁଡ଼ିକରେ କରୋନା ପରୀକ୍ଷା ପାଇଁ ଭିଆଇପି କାଉଣ୍ଟର କରିଥିବାବେଳେ ସେଠାରେ ସମସ୍ତ ଦଳର କର୍ମୀ ଏବଂ ମନ୍ତ୍ରୀମାନଙ୍କୁ ନିଜର କୋଭିଡ ପରୀକ୍ଷା କରିବାକୁ ସୁଯୋଗ ଦେଉଛନ୍ତି | କିନ୍ତୁ ଡାକ୍ତରମାନେ ନିଜର ପରୀକ୍ଷା ଏଠାରେ କରିପାରନ୍ତି ନାହିଁ | ଏହି ଚିଠିରେ ଦର୍ଶାଯାଇଛି ଯେ ଅଧିକାଂଶ ରାଜନେତା ଡାକ୍ତରମାନଙ୍କୁ ନିଜ ଘରକୁ ଡାକୁଥିବାବେଳେ ମେଡିକାଲ ଅଧୀକ୍ଷକଙ୍କଠାରୁ କୌଣସି ଆଦେଶ ମିଳିନଥାଏ ଆଉ ଏହି ପରିସ୍ଥିତିରେ ଜଣେ ଡାକ୍ତରଙ୍କୁ ବିଭିନ୍ନ ଅସୁବିଧାର ସାମ୍ନା କରିବାକୁ ପଡୁଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Doctor.jpg)