ଡାକ୍ତର ଦମ୍ପତିଙ୍କୁ ନିଜ ଘର ବିକ୍ରି କରିଦେଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

କାନପୁର: ଦିଲ୍ଲୀରେ ବଙ୍ଗଳା ମିଳିବାରୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିହାରସ୍ଥିତ ତାଙ୍କ ବାସଭବନକୁ ଏକ ଡାକ୍ତର ଦମ୍ପତିଙ୍କୁ ବିକ୍ରୟ କରି ଦେଇଛନ୍ତି। ଏବେ କୋବିନ୍ଦ ସପରିବାର ଦିଲ୍ଲୀ ବଙ୍ଗଳାରେ ବାସ କରିବେ।

ସମ୍ପ୍ରତି ବିହାରର କଲ୍ୟାଣପୁର ଅନ୍ତର୍ଗତ ‘ଏମ୍‌ ବ୍ଲକ୍‌’ରେ ଥିବା ପୂର୍ବତନ ରାଷ୍ଟ୍ରପତିଙ୍କ ବାସଭବନ ‘ଇନ୍ଦ୍ରନଗର ଦୟାନନ୍ଦ’ର ମାଲିକ ହେଲେ ଡାକ୍ତର ସୃଷ୍ଟି ବାଲା ଓ ଡାକ୍ତର ଶରଦ କଟିୟାର୍‌। ସେମାନେ ବିଲ୍‌ହୌର୍‌ରେ ‘ଶ୍ରୀଶ୍‌ ନର୍ସିଙ୍ଗ୍‌ ହୋମ୍‌’ ନାମରେ ଘରୋଇ ହସ୍ପିଟାଲଟିଏ ଖୋଲି କାହ୍ନା ଶ୍ୟାମରେ ବାସ କରୁଛନ୍ତି।

ପୂର୍ବତନ ରାଷ୍ଟ୍ରପତିଙ୍କଠାରୁ ‘ପାୱାର୍‌ ଅଫ୍‌ ଆଟର୍ଣ୍ଣି’ ପ୍ରାପ୍ତ ଆନନ୍ଦ କୁମାର ଶୁକ୍ରବାର ଦିନ ରାଷ୍ଟ୍ରପତିଙ୍କ ବାସଭବନକୁ ଉକ୍ତ ଡାକ୍ତର ଦମ୍ପତିଙ୍କ ନାମରେ ରେଜିଷ୍ଟ୍ରି କରିଛନ୍ତି।

Image Courtesy of India Today

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଥିବା ବ‌େଳେ କୋବିନ୍ଦ ଏବଂ ତାଙ୍କ ପତ୍ନୀ ସବିତା ସବୁବେଳେ ଉକ୍ତ ବାସଭବନକୁ ଆସୁଥିଲେ। ପ୍ରୋଟୋକଲ୍‌ ଅନୁସ‌ାରେ, ତାଙ୍କ ବାସଭବନରେ ପୁଲିସ ଟିମ୍‌ ରହୁଥିବାରୁ ଉକ୍ତ ଅଞ୍ଚଳ ‘ଭିଆଇପି’ ପାହ୍ୟା ପାଇଥିଲା।

କୋବିନ୍ଦଙ୍କ ବାସଭବନ ଥିବାରୁ ସେ ଅଞ୍ଚଳର ଜନପ୍ରିୟତା ମଧ୍ୟ ବଢ଼ିଯାଇଥିଲା। ତେଣୁ, ଉକତ ଅଞ୍ଚଳକୁ ସୁନ୍ଦର ଏବଂ ସୁବିଧାଜନକ କରିବା ଲାଗି ଦୟାନନ୍ଦ ବିହାର ପୌରପାଳିକା, ବିଜୁଳି ବିଭାଗ ଏବଂ ବନ ବିଭାଗ ବଲବୀର ସିଂହଙ୍କ ନେତୃତ୍ବରେ ପ୍ରୟାସ କରିଥିଲେ।

ଡାକ୍ତର ଶରଦ କାଟିୟାର୍‌ କହନ୍ତି, ପୂର୍ବତନ ରାଷ୍ଟ୍ରପତିଙ୍କ ଘରେ ବାସ କରିବାର ସୁଯୋଗ ମିଳିବାକୁ ମୁଁ ସୌଭାଗ୍ୟ ବୋଲି ବିଚାରୁଛି। ରାମନାଥ କୋବିନ୍ଦଙ୍କୁ ମୁଁ ଦିଲ୍ଲୀରେ ଭେଟିଛି। ତାଙ୍କ ସରଳତା ଓ ଭଦ୍ରାମି ଦେଖି ମୁଁ ଅଭିଭୂତ ହୋଇପଡ଼ିଲି।

ସମ୍ବନ୍ଧିତ ଖବର