ନୂଆଦିଲ୍ଲୀ: ହୃଦ୍ଘାତ ହେତୁ ତେଲେଙ୍ଗାନାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଡାକ୍ତରଙ୍କ ଏଭଳି ହଠାତ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି। ଜଣେ ହୃଦଘାତ ରୋଗୀଙ୍କ ଚିକିତ୍ସା କରୁଥିବାବେଳେ ଉକ୍ତ ଡାକ୍ତରଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଡାକ୍ତର ମହବୁବାବାଦ ଜିଲ୍ଲାର ମୂଳ ବାସିନ୍ଦା ଥିଲେ ଏବଂ ନିଜାମାବାଦ ମେଡିକାଲ କଲେଜରେ ସହକାରୀ ପ୍ରଫେସର ଭାବରେ କାମ କରୁଥିଲେ। ଡାକ୍ତରଙ୍କ ବୟସ ୪୦ବର୍ଷ ହୋଇଥିବା ବେଳେ ନାମ ଲକ୍ଷ୍ମଣ ବୋଲି ଜଣାପଡ଼ିଛି।
ପ୍ରକାଶିତ ରିପୋର୍ଟ ମୁତାବକ, କାମାରେଡି ଜିଲ୍ଲାର ଗାନ୍ଧାରୀ ମଣ୍ଡପସ୍ଥିତ ଏକ ନର୍ସିଂହୋମରୁ ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଡାକ୍ତର ଲକ୍ଷ୍ମଣ ହୃଦଘାତର ଶିକାର ହୋଇଥିବା ୬୦ ବର୍ଷ ବୟସ୍କ ରୋଗୀ ଜଗେୟା ନାୟକଙ୍କ ଚିକିତ୍ସା କରୁଥିଲେ। ରବିବାର ସକାଳେ ଜଗେୟା ନାୟକଙ୍କୁ ହୃଦଘାତ ହେବା ପରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଅଣାଯାଇଥିଲା।
ଡାକ୍ତର ଲକ୍ଷ୍ମଣ ସେଠାରେ ଉପସ୍ଥିତ ଷ୍ଟାଫଙ୍କ ସହିତ ଆଇସିୟୁରେ ରୋଗୀ ଜଗେୟାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ରୋଗୀଙ୍କ ଚିକିତ୍ସା କରୁଥିବା ସମୟରେ ହଠାତ୍ ଡାକ୍ତର ଲକ୍ଷ୍ମଣ ତଳେ ପଡ଼ି ଯାଇଥିଲେ। ତାଙ୍କ ସହଯୋଗୀମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଲକ୍ଷ୍ମଣଙ୍କ ମୃତ୍ୟୁ ହୋଇଯାଇଥିଲା। ଡାକ୍ତରଙ୍କ ଏଭଳି ମୃତ୍ୟୁ ଖବର ଶୁଣିବା ପରେ ହସ୍ପିଟାଲ ପରିସରରେ ଓ ଷ୍ଟାଫଙ୍କ ମଧ୍ୟରେ ଶୋକରଛାୟା ଖେଳି ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/6c6aa671-081e-4644-9aac-87d23b4ab2ce.jpg)