ଡାକ୍ତରାଣୀଙ୍କ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରେ ୪ମହଲା କୋଠାରୁ ପଡ଼ି ଜଣେ ଡାକ୍ତରାଣୀଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରାଣୀ ଦୀକ୍ଷା ତିୱାରୀଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ଶୁକ୍ରବାର ଦୀକ୍ଷାଙ୍କ ବ୍ୟବଚ୍ଛେଦ ରି‌ପୋର୍ଟ ଆସିଯାଇଛି।

ଏହି ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି କି, ଡାକ୍ତରାଣୀ ଦୀକ୍ଷାଙ୍କ ଶରୀରରେ ୩୬ଟି ସ୍ଥାନରେ ଆଘାତ ଲାଗିଥିବା ବେଳେ ତାଙ୍କର ମୁଣ୍ଡର ହାଡ଼ ଭାଙ୍ଗି ଯାଇଛି। ପଞ୍ଜରାହାଡ଼ ଭାଙ୍ଗି ଫୁସଫୁସରେ ପ୍ରବେଶ କରି ଯାଇଛି। ଫଳରେ ଫୁସଫୁସ ଫାଟି ଯାଇଛି। ଅତ୍ୟଧିକ ରକ୍ତସ୍ରାବ ହେତୁ ଦୀକ୍ଷାଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି। ଏଥିସହିତ ଦୁଷ୍କର୍ମ ହୋଇଥିବାର ଆଶଙ୍କା ‌ଥିବା ବି ସହିତ ଦୀକ୍ଷାଙ୍କ ଶରୀରରେ ଅଲକୋହଲର ମାତ୍ରା ବି ମିଳିଛି।

ବରେଲିରେ ବସବାସ କରୁଥିବା ଦୀକ୍ଷା ତିୱାରୀ କାନପୁର ମେଡିକାଲ କାଲଜରେ ଏମବିବିଏସ ପାଠପଢ଼ିଛନ୍ତି। ସେ ୨୦୧୮-୨୦୨୨ ବ୍ୟାଚର ଛାତ୍ରୀ ଅଟନ୍ତି। ମୃତ ଛାତ୍ରୀଙ୍କ ମେରଠରେ ପୋଷ୍ଟିଂ ବି ହୋଇଯାଇଥିଲା।

ଗତବୁଧବାର ରାତିରେ ସେ ତାଙ୍କ ଦୁଇଜଣ ସାଙ୍ଗ ହିମାଂଶୁ ଓ ମୟଙ୍କଙ୍କ ସହିତ ଏକ ରେସ୍ତୋରାଁରେ ପାର୍ଟି କରିଥିଲେ। ଏହାପରେ ମେଡିକାଲ କଲେଜର ଅଡିଟୋରିୟମର କୋଠାର ଚତୁର୍ଥ ମହଲାରେ ପହଞ୍ଚି ଯାଇଥିଲେ। ଏହାପରେ ସେ ସେଠାରୁ ସନ୍ଦିଗ୍ଧ ଅବସ୍ଥାରେ ତଳକୁ ପଡ଼ିଯାଇଥିଲେ। ଆଉ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର