ସ୍ପାଇନ୍‌ ସର୍ଜରି ପାଇଁ ଭାରତକୁ ଆସିଲା ଇସ୍ରାଏଲର ରୋବୋଟ୍‌

ନୂଆଦିଲ୍ଲୀ: ମେରୁଦଣ୍ଡର ହାଡ଼ (ସ୍ପାଇନ୍‌)ର ସର୍ଜରି ଏବେ ଡାକ୍ତର ରୋବୋଟ୍‌ଙ୍କ ଜରିଆରେ ସଫଳତା ପୂର୍ବକ କରାଯାଇପାରିବ। ଆମେରିକା ପରେ ଏବେ ଭାରତକୁ ଏହି ରୋବୋଟ୍‌ ଆସିଛି। ଏହା ଇସ୍ରାଏଲର ବୈଷୟିକ ଜ୍ଞାନ କୌଶଳରେ ପ୍ରସ୍ତୁତ ହୋଇଛି। ଦିଲ୍ଲୀର ବସନ୍ତକୁଂଜ ସ୍ଥିତ ଇଣ୍ଡିଆନ୍‌ ସ୍ପାଇନାଲ୍‌ ଇଂନ୍‌ଜ୍ୟୁରି ସେଣ୍ଟରରେ ଥିବା ଏହି ରୋବୋଟ୍‌ ଜରିଆରେ ଏ ଯାଏଁ ୫ ଜଣ ରୋଗୀଙ୍କର ଚିକିତ୍ସା ସଫଳ ହୋଇଛି।

ଦେଶରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ଅନ୍ୟ ଦୁର୍ଘଟଣାରେ ହାତ ଲୋକମାନଙ୍କର ମେରୁଦଣ୍ଡ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛି। ଏହାଫଳରେ ମେରୁଦଣ୍ଡରେ ଟିବି ଭଳି କେତେକ ରୋଗ ହେଉଛି, ଯାହାର ଅପରେସନ୍‌ କରାଯିବାର ଆବଶ୍ୟକତା ପଡ଼ିଥାଏ। ଏହି କାମ ପାଇଁ ରୋବୋଟ୍‌ ସର୍ବାଧିକ ସଫଳ ବ୍ୟବସ୍ଥା ବୋଲି ସେଣ୍ଟରର ନିର୍ଦ୍ଦେଶକ ଡାକ୍ତର ଏଚଏସ ଛାବ୍ରା କହିଛନ୍ତି।

photo -flipcart

ରୋବୋଟ୍‌ ସଂପର୍କରେ ସୂଚନା ଦେଇ ବିଶେଷଜ୍ଞମାନେ କହିଛନ୍ତି ଯେ ଅସ୍ତ୍ରୋପଚାର ସମୟରେ ଡାକ୍ତର ରୋବୋଟରେ ଲାଗିଥିବା ସ୍କ୍ରିନ୍‌ରେ ଲାଇଭ୍‌ ଦେଖିପାରିବେ। ଏହା ଜରିଆରେ ଅସ୍ତ୍ରୋପଚାରର ଅବଧି ମଧ୍ୟ କମ୍‌ ହେଉଛି।

ସମ୍ବନ୍ଧିତ ଖବର