ଯୁବକଙ୍କ ହାତରୁ ଖସି ଗଲା ଗ୍ରାଇଣ୍ଡର, ଚିରି ହୋଇଗଲା ଛାତି

ନୂଆଦିଲ୍ଲୀ: ‘ଯାହାକୁ ରଖିବ ଅନନ୍ତ କେ କରି ପାରିବ ବଳବନ୍ତ’ ବୋଲି କଥା ଅଛି। ଏଭଳି ଏକ ଉକ୍ତିର ପ୍ରମାଣ ସଙ୍ଗମ ନଗରି ପ୍ରୟାଗରାଜରେ ଦେଖିବାକୁ ମିଳିଛି। ଅସାବଧାନତା ହେତୁ ଏଠାରେ ଜଣେ ଯୁବକଙ୍କ ହାତରୁ ବିଜୁଳି ଚାଳିତ ଗ୍ରାଇଣ୍ଡର ଖସି ଯାଇଥିଲା। ତେବେ ଏହି ଦୁର୍ଘଟଣା ଏତେ ଭୟାବହ ଥିଲା କି ଯୁବକଙ୍କ ଛାତି ଫାଡ଼ି ହୋଇଯାଇଥିଲା। ଆଉ ତାଙ୍କ ହୃତପିଣ୍ଡ ବାହାରକୁ ଦେଖାଯାଉଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ଧୁମନଗଞ୍ଜ ଅଞ୍ଚଳରେ ଜୟ ସିଂହ ଯାଦବ ମିସ୍ତ୍ରୀ ଭାବେ କାମ କରନ୍ତି। କାମ କରୁଥିବା ସମୟରେ ଅସାବଧାନତା ହେତୁ ଏକ ବିଜୁଳି ଚାଳିତ  ଗ୍ରାଇଣ୍ଡର ତାଙ୍କ ହାତରୁ ଖସି ପଡ଼ିଥିଲା। ଫଳରେ ଏହା ତାଙ୍କ ଛାତିକୁ ଫାଡ଼ି ଦେଇଥିଲା। ଏଥିସହିତ ତାଙ୍କ ହାତରେ ବି ଗଭୀର ଅଘାତ ଲାଗିଥିବା ବେଳେ ଅମ୍ଳଜାନ ସ୍ତର ବି ହ୍ରାସ ପାଇଯାଇଥିଲା। ସଙ୍ଗେସଙ୍ଗେ ପରିବାରଲୋକେ ଜୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଆଉ ଡାକ୍ତର ଜୟଙ୍କ ତୁରନ୍ତ ଅସ୍ତ୍ରୋପଚାର କରି ତାଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର