ପ୍ରଥମ ୭ଜଣ କରୋନାଭାଇରସ୍‌ ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା କରିଥିବା ଡାକ୍ତରାଣୀ ଏବେ ଚୀନ୍‌ର ‘ହିରୋ’

ବେଜିଙ୍ଗ୍‌: ‘ଅଭିନବ କରୋନଭାଇରସ୍‌’ ସଂକ୍ରମଣ ହେବାର ମାସକ ପରେ ଡାକ୍ତରାଣୀ ଜଙ୍ଗ୍‌ ଜିଜିଆନ୍‌ ଚୀନ୍‌ର ସବୁଠୁ ପ୍ରଶଂସିତ ବ୍ୟକ୍ତି ବା ‘ହିରୋ’ ପାଲଟି ଯାଇଛନ୍ତି।

ଡିସେମ୍ବର ୨୬ ତାରିଖ ସକାଳେ ଉହାନ୍‌ର ସ୍ୱାଶପ୍ରଶ୍ୱାସ ରୋଗ ବିଶେଷଜ୍ଞା ୫୪ ବର୍ଷୀୟ ଜଙ୍ଗ୍‌ ଜିଜିଆନ୍‌ ଗୋଟିଏ ପରିବାରର ତିନିଜଣଙ୍କ ସମେତ ଚାରିଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ଗୋଟାଏ ନୂଆ ପ୍ରକାର ଫ୍ଲୁ’ର (ଥଣ୍ଡାରୋଗ) ସନ୍ଧାନ ପାଇଥିଲେ। ସେମାନଙ୍କୁ ନିମୋନିଆ ଭଳି କିଛି ହୋଇଥିବା କଥା ଏକ୍ସ-ରେ’ରୁ ଜଣାପଡ଼ିଥିଲା।

ତା’ପର ଦିନ ସମାନ ଲକ୍ଷଣ ଥିବା ଆଉ ତିନିଜଣ ରୋଗୀ ଆସିଲେ। ଏଥର ଜଙ୍ଗ୍‌ ଜିଜିଆନ୍‌ ସଜାଗ ହୋଇଉଠିଲେ। ଏହା ଯେ ସଂକ୍ରାମକ ରୋଗ- ଏ କଥା ସେ ବୁଝି ପାରିଥିଲେ। କିନ୍ତୁ, ପରବର୍ତ୍ତୀ ସମୟରେ ନିଜ ଅଜାଣତରେ ସେ ହୋଇଯାଇଥିଲେ ‘ଅଭିନଭ କରୋନାଭାଇରସ୍‌’ ସଂକ୍ରମଣ ଚିହ୍ନଟ କରିଥିବା ବିଶ୍ୱର ପ୍ରଥମ ଡାକ୍ତରାଣୀ। ଏହି ଭୂତାଣୁ ସଂକ୍ରମଣର ମାତ୍ର ୫ ସପ୍ତାହରେ ଚୀନ୍‌ରେ ୩୬୦ ଜଣଙ୍କ ଜୀବନ ନେବା ସହ ହଜାର ହଜାର ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିଛି।

Image Source: Euractiv

ରବିବାର ଦିନ ଉହାନ୍‌ର ଗଣମାଧ୍ୟମ ‘ୟାଙ୍ଗ୍‌ସ୍‌ଜେ ରିଭର୍‌ ଡେଲି’ ପ୍ରଥମ ଗଣମାଧ୍ୟମ ଭାବେ ତାଙ୍କର ସାକ୍ଷାତ୍‌କାର ନେଇଛି।

ଅନ୍‌ଲାଇନ୍‌ରେ ପୋଷ୍ଟ୍‍ ହୋଇଥିବା ଚୀନ୍‌ ଭାଷାର ଏହି ସାକ୍ଷାତ୍‌କାରକୁ ୪୨୦ ନିୟୁତ ଥର ପଢ଼ା ସରିଲାଣି।

ସ୍ୱଭାବରେ ନରମା ଓ ଭଦ୍ରା ଜଙ୍ଗ୍‌ ସମ୍ପ୍ରତି ହୁବେଇ ପ୍ରାଦେଶିକ ଡାକ୍ତରଖାନାରେ ‘ରେସ୍‌ପାଇରେଟରି ଆଣ୍ଡ୍‌ କ୍ରିଟିକାଲ୍‌ କେୟାର୍‌’ ବିଭଗରେ ନିର୍ଦେଶିକା ଅଛନ୍ତି।

ସମ୍ବନ୍ଧିତ ଖବର