ଭରସା ନଥିବାରୁୁ କୋଭାକ୍ସିନ ଟିକା ନେବାକୁ ମନା କଲେ ଆରଏମଏଲ ହସ୍ପିଟାଲର ଡାକ୍ତର

ନୂଆଦିଲ୍ଲୀ: ଆଜି ସାରା ଦେଶରେ ଆରମ୍ଭ ହୋଇଥିଲା କରୋନା ଟିକାକରଣ। ପ୍ରଥମେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯିବାକୁ ଥିବା ବେଳେ କିଛି ସ୍ବାସ୍ଥ୍ୟକର୍ମୀ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ନେଇଥିଲେ ତ କିଛି ସ୍ବାସ୍ଥ୍ୟକର୍ମୀ ଅକ୍ସଫୋର୍ଡ ଏବଂ ଆଷ୍ଟ୍ରାଜେନେକା ଦ୍ବାରା ପ୍ରସ୍ତୁତ ଟିକା କୋଭିସିଲ୍ଡ ନେଇଥିଲେ। ହେଲେ ଦିଲ୍ଲୀରେ ଥିବା ରାମ ମନୋହର ଲୋହିଆ(ଆରଏମଏଲ) ହସ୍ପିଟାଲରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି।

AIIMS Delhi to start human trials of COVID-19 vaccine Covaxin from Monday
DNA India

ଆରଏମଏଲ ହସ୍ପିଟାଲର ଡାକ୍ତରମାନେ କୋଭାକ୍ସିନ ଟିକା ଉପରେ ଭରସା ନଥିବା କହି ଟିକା ନେବାକୁ ସଫା ସଫା ମନା କରିଦେଇଛନ୍ତି। ଏହା ସହ କୋଭାକ୍ସିନ ପରିବର୍ତ୍ତେ କୋଭିସିଲ୍ଡ ଟିକା ଦିଆଯାଉ ବୋଲି ଦାବି କରିଛନ୍ତି। ଆରଏମଏଲ ହସ୍ପିଟାଲର ରେସିଡେଣ୍ଟ ଡାକ୍ତର ସଂଘ କହିଛି ଯେ କୋଭାକ୍ସିନର ପରୀକ୍ଷା ଶେଷ ହୋଇ ନ ଥିବାରୁ ଡାକ୍ତରମାନେ କୋଭାକ୍ସିନ ଟିକା ନେବାକୁ ଭୟ କରୁଛନ୍ତି।  ଏ ନେଇ ଆଜି ସେମାନେ ଟୀକାକରଣ ଅଭିଯାନରେ ଯୋଗ ଦେଇ ନାହାନ୍ତି। ଡାକ୍ତରମାନେ କୋଭାକ୍ସିନ ପରିବର୍ତ୍ତେ କୋଭିସିଲ୍ଡ ଟିକା ନେବାକୁ ଚାହୁଁଛନ୍ତି, ଯାହାର ୩ଟି ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇସାରିଛି।

ତେବେ ଡାକ୍ତରମାନେ କୋଭାକ୍ସିନ ଟିକା ନେବାକୁ ମନା କରିଥିବା ବେଳେ ଆରଏମଏଲର ଡାକ୍ତରୀ ଅଧୀକ୍ଷକ ଡାକ୍ତର ଏକେ.ସିଂହ ରାଣା କୋଭାକ୍ସିନ ଟିକା ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର