ଶ୍ରୀନଗର: ମଙ୍ଗଳବାର ଦିନ ସମଗ୍ର ଉତ୍ତର ଭାରତରେ ତୀବ୍ର ଭୂକମ୍ପନ ଅନୁଭୂତ ହେଉଥିବା ବେଳେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାସ୍ଥିତ ଏକ ଡାକ୍ତରଖାନାରେ ଡାକ୍ତରମାନେ ତତ୍ପର ରହି ଗୋଟାଏ ଶିଶୁ ପ୍ରସବ କରାଇଛନ୍ତି।
ତୀବ୍ର ଭୂମିକମ୍ପ ପ୍ରଭାବରେ କଶ୍ମୀର ଉପତ୍ୟକା ଥରହର ହେଉଥିବା ବେଳେ ‘ଲୋୟର୍-ସେଗ୍ମେଣ୍ଟ୍ ସିଜରିଆନ୍ ସେକ୍ସନ୍’ରେ ଡାକ୍ତରମାନେ ଉକ୍ତ ଶିଶୁଟିକୁ ପ୍ରସବ କରାଇଛନ୍ତି।
ଟୁଇଟର୍ରେ ପ୍ରସବକାଳୀନ ଭିଡିଓ ସେୟାର୍ କରି ଅନନ୍ତନାଗ ଜିଲ୍ଲାର ଚିଫ୍ ମେଡିକାଲ୍ ଅଫିସର୍ କହିଛନ୍ତି, ଭୂମିକମ୍ପର ତୀବ୍ର କମ୍ପନ ଅନୁଭୂତ ହେଉଥିବା ବେଳେ ଅନନ୍ତନାଗର ବିଜ୍ବେହାରା ‘ସବ୍ ଡିଷ୍ଟ୍ରିକ୍ଟ୍ ହସ୍ପିଟାଲ୍’ରେ ଜରୁରୀକାଳୀନ ‘ଲୋୟର୍-ସେଗ୍ମେଣ୍ଟ୍ ସିଜରିଆନ୍ ସେକ୍ସନ୍’ ଚାଲିଛି।
Image Grabbed From Videoସୁରୁଖୁରୁରେ ‘ଲୋୟର୍-ସେଗ୍ମେଣ୍ଟ୍ ସିଜରିଆନ୍ ସେକ୍ସନ୍’ ସମ୍ପାଦନ କରିଥିବା ବିଜ୍ବେହାରା ‘ସବ୍ ଡିଷ୍ଟ୍ରିକ୍ଟ୍ ହସ୍ପିଟାଲ୍’ର କର୍ମଚାରୀଙ୍କୁ ଅଭିନନ୍ଦନ। ସବୁ ଠିକ୍ମତେ ହୋଇଥିବାରୁ ଈଶ୍ବରଙ୍କୁ ଧନ୍ୟବାଦ ବୋଲି ମଧ୍ୟ ସେ ଟୁଇଟ୍ରେ ଉଲ୍ଲେଖ କରିଛନ୍ତି।
ଚାରିଆଡ଼େ ସବୁ ଜିନିଷ ଟଳମଳ ହେଉଥିବା ବେଳେ ଡାକ୍ତରମାନେ କିଭଳି ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରି ଶିଶୁ ଜନ୍ମ କରାଉଛନ୍ତି, ତା’ର ଭିଡିଓ ମଧ୍ୟ ଉକ୍ତ ଟୁଇଟ୍ରେ ସେ ସେୟାର୍ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ୬.୬ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହେବାରୁ କଶ୍ମୀର ଉପତ୍ୟକାରେ ଏତେ ଯୋର୍ରେ କମ୍ପନ ସୃଷ୍ଟି ହେଲା ଯେ, ଅନେକ ଅଞ୍ଚଳରେ ଲୋକେ ଘରୁ ବାହାରକୁ ଚାଲିଆସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/59294d5e-ace9-4d54-b85b-45998ef85f20.jpg)