ଅସହ୍ୟ ମୁଣ୍ଡ ବିନ୍ଧା ହେବାରୁ ଡ଼ାକ୍ତରଙ୍କୁ ଦେଖାଇବା ପାଇଁ ପହଞ୍ଚିଲେ ଯୁବକ,ଏକ୍ସରେ କରିବା ପରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ଘଟଣା

ନୂଆଦିଲ୍ଲୀ : ପୂର୍ବରୁ ଏଭଳି ଅନେକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ବିଷୟରେ ଆମେ ଆପଣଙ୍କୁ ଜଣାଇଛୁ । କିନ୍ତୁ ଚୀନ୍‌ରେ ଘଟିଥିବା ଏହି ଘଟଣା ପୂର୍ବ ସବୁ ଘଟଣାଠାରୁ ଟିକେ ଭିନ୍ନ । କାରଣ ଏଠାରେ ଡ଼ାକ୍ତରଙ୍କୁ ଅସୁବିଧାର କାରଣ ଜଣା ପଡ଼ିଲା ସତ । କିନ୍ତୁ ସେହି ଅସୁବିଧାଟି ହେଲା କେମିତି ତାହା ଜଣାପଡ଼ିଲା ନାହିଁ।

ସୂଚନା ମୁତାବକ, ଚୀନ୍‌ରେ ରହୁଥିବା ଜଣେ ଯୁବକଙ୍କ ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା ହେବାରୁ ସେ ସହି ନ ପାରି ଚିକିତ୍ସା ପାଇଁ ଡ଼ାକ୍ତରଙ୍କ ପାଖରେ ପହଞ୍ଚିଥିଲେ । କାରଣ ଜାଣିବା ପାଇଁ ଡ଼ାକ୍ତର ଯୁବକଙ୍କ ଏକ୍ସରେ କରାଇଥିଲେ । ଯାହା ପରେ ଯୁବକଙ୍କ ମୁଣ୍ଡରେ ୪୮ମିଲିମିଟରର ନଖ ଥିବା ଜଣା ପଡ଼ିଥିଲା । କିନ୍ତୁ ନଖଟି ମୁଣ୍ଡ ଭିତରକୁ ଗଲା କେମିତି ତାହା ଡ଼ାକ୍ତର କି ରୋଗୀ କେହି ବି ଜାଣି ପାରି ନଥିଲେ । ଡ଼ାକ୍ତର କାରଣ ଜାଣି ଏତେ ବଡ଼ ନଖ ମୁଣ୍ଡକୁ ଗଲା କିପରି ବୋଲି ପଚାରିବାରୁ ଯୁବକଜଣଙ୍କ ନିଜେ ବି ଏହା ଜାଣି ନଥିବା କହିଥିଲେ ।

ସେ ସିକ୍ୟୁରିଟି କ୍ୟାମେରା ଜଗିବା କାମ କରୁଥିବାରୁ ନଖ ସହ ତାଙ୍କର ଆଦୌ ସଂପର୍କ ନଥିବା କହିଥିଲେ ଯୁବକ । ଅନ୍ୟ ପକ୍ଷରେ ଡ଼ାକ୍ତର ଯୁବକଙ୍କୁ ଭର୍ତ୍ତି କରାଇ ଚିକିତ୍ସା ଜାରି ରଖିଥିବା ବେଳେ ମୁୁଣ୍ଡ ଭିତରକୁ ନଖ କିପରି ଗଲା ତାହା ଜାଣିବା ପାଇଁ ଚେଷ୍ଟା ଚଳାଇଛନ୍ତି ।

ସମ୍ବନ୍ଧିତ ଖବର