ଏନ୍‌ଏମ୍‌ସି ବିଲ୍‌କୁ ବିରୋଧ କରି ଦେଶବ୍ୟାପୀ ଡାକ୍ତରଙ୍କର ୨୪ ଘଣ୍ଟିଆ ଧର୍ମଘଟ

ନୂଆଦିଲ୍ଲୀ: ଲୋକସଭାରେ ଅନୁମୋଦିତ ହୋଇଥିବା ନେସ୍‌ନାଲ୍‌ ମେଡିକାଲ୍‌ କମିସନର ବିଲ୍‌, ୨୦୧୯କୁ ବିରୋଧ କରି ବୁଧବାର ସକାଳ ୬ଟରୁ ଦେଶବ୍ୟାପୀ ଡାକ୍ତରମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ ତରଫରୁ କରାଯାଇଥିବା ଏହି ଧର୍ମଘଟରେ ଜରୁରୀକାଳୀନ, କାଜୁଆଲଟି, ଆଇସିୟୁ ଏବଂ ଏ ସଂକ୍ରାନ୍ତ ସେବା ସ୍ୱାଭାବିକ ଭାବେ ଚାଲିବ।

କିନ୍ତୁ, ଏହି ବିଲ୍‌ ବିରୋଧରେ ଦେଶବ୍ୟାପୀ ସର୍ବସାଧାରଣରେ ପ୍ରତିବାଦ ପ୍ରଦର୍ଶନ କରାଯିବ। କେତେକ ଡାକ୍ତର ଅନଶନ ମଧ୍ୟ କରିବେ ବୋଲି ଆଇଏମ୍‌ଏ କହିଛି।

Image Source: Hindustan Times

ସଂଘର େଓ୍ଵବ୍‌ସାଇଟ୍‌ ଅନୁସାରେ, ଗତକାଲି ଲୋକସଭା କଠୋର ଏନ୍‌ଏମ୍‌ସି ବିଲ୍‌କୁ ଅନୁମୋଦନ କରିଛି। ନେସ୍‌ନାଲ୍‌ ମେଡିକାଲ୍‌ କମିସନ୍‌ ବିଲ୍‌ ୨୦୧୯ ଭଳି ଅଗଣତାନ୍ତ୍ରିକ ବିଲ୍‌କୁ ଅନୁମୋଦନ କରି ଗଣତାନ୍ତ୍ରିକ ନିମ୍ନ ସଦନ ଏ ଦେଶର ସ୍ୱାସ୍ଥ୍ୟସେବା ଏବଂ ଡାକ୍ତରୀ ଶିକ୍ଷାକୁ ଅନ୍ଧକାର ମଧ୍ୟରେ ଫିଙ୍ଗି ଦେଇଛି। ବୁଧବାର ୩୧, ୦୭, ୨୦୧୯ ଦିନ ଏହାକୁ ପ୍ରତିବାଦ କରି ଆଇଏମ୍‌ଏ ମୁଖ୍ୟାଳୟ ୨୪ ଘଣ୍ଟିଆ ଜରୁରୀ ନ ଥିବା ଡାକ୍ତରୀ ସେବା ପ୍ରତ୍ୟାହାର କରୁଛି।

ସମ୍ବନ୍ଧିତ ଖବର