କୋଲକାତା: ପଶ୍ଚିମବଙ୍ଗରେ ଆନ୍ଦୋଳନ କରୁଥିବା ଜୁନିଅର ଡାକ୍ତରମାନଙ୍କ ଏକ ପ୍ରତିନିଧିମଣ୍ଡଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ଆଲୋଚନା କରିଛନ୍ତି । ମମତା ବାନାର୍ଜୀଙ୍କ ସହ ତାଙ୍କ କାଲିଘାଟସ୍ଥିତ ବାସଭବନରେ ଏହି ଆଲୋଚନା ହୋଇଥିଲା ।
ସନ୍ଧ୍ୟା ପ୍ରାୟ ୬ଟା ୨୦ରେ ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କ ବାସଭବନରେ ପ୍ରାୟ ୩୦ ଜଣ ଡାକ୍ତର ପହଞ୍ଚିଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଏହି ବୈଠକ ସନ୍ଧ୍ୟା ୫ଟାରେ ହେବାର ଥିଲା।

Advertisment

ସ୍ବାସ୍ଥ୍ୟ ବିଭାଗ ମୁଖ୍ୟାଳୟ 'ସ୍ୱାସ୍ଥ୍ୟ ଭବନ' ବାହାରେ ଆନ୍ଦୋଳନସ୍ଥଳରୁ ସଭାକୁ ଯିବା ପୂର୍ବରୁ ଆନ୍ଦୋଳନରତ ଡାକ୍ତରମାନେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ବୈଠକର ବିବରଣୀ ରେକର୍ଡ କରିବା ପାଇଁ ସେମାନଙ୍କ ସହ ଦୁଇ ଜଣ ପେସାଦାର ଷ୍ଟେନୋଗ୍ରାଫର ମଧ୍ୟ ଯିବେ। ସେମାନେ ସରକାରଙ୍କ ନିକଟରେ ପୂର୍ବରୁ ରଖିଥିବା ୫ଟି ଦାବିରୁ କମ୍ ରେ ରାଜି ହେବେ ନାହିଁ ବୋଲି ସେମାନେ ଗଣମାଧ୍ୟମକୁ କହିଥିଲେ। 

ସ୍ବାସ୍ଥ୍ୟ ବିଭାଗ ମୁଖ୍ୟାଳୟ 'ସ୍ୱାସ୍ଥ୍ୟ ଭବନ' ବାହାରେ ଆନ୍ଦୋଳନସ୍ଥଳରୁ ସଭାକୁ ଯିବା ପୂର୍ବରୁ ଆନ୍ଦୋଳନରତ ଡାକ୍ତରମାନେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ବୈଠକର ବିବରଣୀ ରେକର୍ଡ କରିବା ପାଇଁ ସେମାନଙ୍କ ସହ ଦୁଇ ଜଣ ପେସାଦାର ଷ୍ଟେନୋଗ୍ରାଫର ମଧ୍ୟ ଯିବେ।

ଡାକ୍ତରମାନଙ୍କ ପ୍ରମୁଖ ଦାବି ମଧ୍ୟରେ ରହିଛି ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, କୋଲକାତା ପୁଲିସ କମିସନର ବିନୀତ ଗୋଏଲ ଓ ସ୍ୱାସ୍ଥ୍ୟ ସଚିବ ନାରାୟଣ ସ୍ୱରୂପ ନିଗମଙ୍କ ଇସ୍ତଫା, ସ୍ୱାସ୍ଥ୍ୟ କର୍ମୀଙ୍କୁ ଉନ୍ନତ ସୁରକ୍ଷା ଏବଂ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ଭୟଭୀତ କରିବାର ସଂସ୍କୃତିକୁ ବନ୍ଦ କରିବା ।