୧୪ ବର୍ଷରେ ଓଜନ ଥିଲା ୨୩୭ କିଲୋ, ସର୍ଜରୀ କରି ୧୭୭କିଲୋ ଓଜନ କରାଇଲେ ଡ଼ାକ୍ତର

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଘରୋଇ ଡ଼ାକ୍ତରଖାନାର ଡ଼ାକ୍ତରମାନେ ଏକ ସଫଳ ଅସ୍ତ୍ରୋପଚାର କରିଥିବା ଜଣା ପଡ଼ିଛି । ୧୪ବର୍ଷ ବୟସ୍କ ଜନୈକ ନାବାଳକର ଓଜନ ୨୩୭ କିଲୋଥିବା ବେଳେ ତାଙ୍କର ଅସ୍ତ୍ରୋପଚାର କରାଯାଇ ୧୭୭କିଲୋ ଓଜନ କରାଯାଇଛି । ନାବାଳକକୁ ଦୁନିଆର ସବୁଠାରୁ ମୋଟା ଏବଂ ଭାରି ବୋଲି କୁହାଯାଉଥିବା ବେଳେ ଏବେ ଅସ୍ତ୍ରୋପଚାର କରାଯାଇ ତା’ର ଓଜନକୁ କମ କରାଯାଇଛି । ନାବାଳକ ଜଣଙ୍କ ଦିଲ୍ଲୀର ମିହିର ଜୈନ୍‌ ବୋଲି ଜଣା ପଡ଼ିଥିବା ବେଳେ ତାଙ୍କର ଅସ୍ତ୍ରୋପଚାର ଦୁଇ ମାସ ତଳେ କରାଯାଇଥିଲା । କିନ୍ତୁ ଅସ୍ତ୍ରୋପଚାର ପରେ ତା’ର ପ୍ରଭାବ ମିହିର୍‌ଙ୍କ ଉପରେ କେମିତି ରହୁଛି, ତାହା ଦେଖିବା ପାଇଁ ଡ଼ାକ୍ତରଖାନା ପକ୍ଷରୁ ଏ ନେଇ କୌଣସି ଖୁଲାସା କରାଯାଇ ନଥିବା ଜଣା ପଡ଼ିଛି । ଏହି ଅସ୍ତ୍ରୋପଚାର ବିଷୟରେ ମାକ୍ସ ହସ୍ପିଟାଲ ପକ୍ଷରୁ ମଙ୍ଗଳବାର ସୂଚନା ଦିଆ ଯାଇଥିବା ବେଳେ ଅସ୍ତ୍ରୋପଚାର ଡ଼ାକ୍ତର ପ୍ରଦୀପ ଚୌବେ କରିଥିଲେ ।

Mirror

ସୂଚନା ମୁତାବକ, ମିହିର୍‌ ୨୦୦୩ରେ ଜନ୍ମଗ୍ରହଣ କରିଥିବା ବେଳେ ତାଙ୍କ ଓଜନ କେବଳ ୨.୫କିଲୋ ରହିଥିଲା । କିନ୍ତୁ ଧିରେ ଧିରେ ତାଙ୍କର ଓଜନ ବଢ଼ିବାକୁ ଲାଗିଥିଲା । ୫ବର୍ଷ ହେବା ବେଳକୁ ମିହିରଙ୍କ ଓଜନ ୬୦କିଲୋ ହୋଇ ଯାଇଥିଲା । ଯାହା ପାଇଁ ସେ ଦ୍ୱିତୀୟ ଶ୍ରେଣୀ ପରେ ସ୍କୁଲ ଛାଡ଼ିବା ସହ ଘରେ ରହି ପଢ଼ିବା ଆରମ୍ଭ କରିଥିଲେ । ଧିରେ ଧିରେ ଏହା ଅଧିକ ହେବାରୁ ଅସ୍ତ୍ରୋପଚାର କରିବାର ବାଟ ବାଛିଥିଲେ ପରିବାର ଲୋକେ । ଅସ୍ତ୍ରୋପଚାର ପରେ ତାଙ୍କର ଓଜନ ୧୭୭ଥିବା ବେଳେ ଡ଼ାକ୍ତର ୧୦୦ କରିବା ପାଇଁ ଲକ୍ଷ୍ୟ ରଖିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର