ନୂଆଦିଲ୍ଲୀ : ଭିଏତ୍ନାମର ଜଣେ ଯୁବକ ପ୍ରତିଦିନ ମଦ ପିଉଥିବାରୁ ତାଙ୍କ ଶରୀରରେ ତାହା ବିଷ ପାଲଟି ଯାଇଥିଲା । ଏହା ପରେ ସେ ହଠାତ୍ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ । ତୁରନ୍ତ ତାଙ୍କୁ ଡ଼ାକ୍ତରଖାନା ନିଆଯିବା ପରେ ତାଙ୍କ ଶରୀରରେ ଆଲକୋହଲ୍ସ୍ତର ଦରକାରଠାରୁ ୧,୧୧୯ଗୁଣ ଅଧିକ ରହିଥିଲା । ଏହାକୁ ଦେଖି ଡ଼ାକ୍ତର ଆଶ୍ଚର୍ଯ୍ୟ ହେବା ସହ ଯୁବକଙ୍କୁ ବଞ୍ଚାଇବା ପାଇଁ ଏକ ଅଜବ ବାଟ ଆପଣାଇଥିଲେ । ଶରୀରରେ ଆଲ୍କହଲର ମାତ୍ରା ଅଧିକ ଥିବାରୁ ଯୁବକଙ୍କ ଯକୃତ କାମ କରିବା ବନ୍ଦ କରି ଦେଇଥିଲା । ଯକୃତକୁ ପୂର୍ବ ଭଳି କରିବା ପାଇଁ ଡ଼ାକ୍ତର ଯୁବକଙ୍କୁ ୧୫ଟି କେନ୍ ବିୟର ପିଆଇ ଥିଲେ । ଏହା ପରେ ଯୁବକ ସୁସ୍ଥ ହୋଇ ପାରିଥିଲେ ।
/sambad/media/post_attachments/wp-content/uploads/2019/01/sei_47767885-1328-1-300x187.jpg)
ଯୁବକଙ୍କ ଚିକିତ୍ସା କରୁଥିବା ଡ଼ାକ୍ତରଙ୍କ କହିବା ଅନୁଯାୟୀ,ଯୁବକଜଣଙ୍କ ଚେତାଶୂନ୍ୟ ଥାଇ ମଧ୍ୟ ତାଙ୍କ ପେଟ ଏବଂ ଶରୀରରୁ ଆଲ୍କହଲ ରକ୍ତବାହିକାକୁ ଯିବାକୁ ଲାଗିଥିଲା । ମଦ ଦୁଇଟି ଆକାରରେ ଆସିଥାଏ । ଗୋଟେ ହେଲା ମିଥାନଲ ଏବଂ ଗୋଟେ ହେଲା ଇଥାନଲ । ଯେତେବେଳେ ମିଥାନଲ ଫର୍ମାଲଡିହାଇଡ୍କୁ ଅକ୍ସିଡ଼ାଇଜ୍ଡ ହୋଇ ଫର୍ମିକ୍ ଏସିଡ୍ ତିଆରି କରିଥାଏ,ସେତେବେଳେ ମଣିଷ ଚେତାଶୂନ୍ୟ ହୋଇ ଯାଇଥାଏ। ଫର୍ମାଲଡିହାଇଡ୍ ଅକ୍ସିଡ଼ାଇଜ୍ଡ ହୋଇ ଫର୍ମିକ୍ ଏସିଡ୍ ତିଆରି କରିବାକୁ ରୋକିବା ପାଇଁ ମିଥାନଲକୁ ବିୟର ଦିଆ ଯାଇଥାଏ । ଯାହାଦ୍ୱାରା ତାହା ଔଷଧର କାମ କରିଥାଏ । ଆମେ ସେଥି ପାଇଁ ଯୁବଙ୍କ ଏଭଳି ଅବସ୍ଥା ଦେଖି ତାଙ୍କୁ ୧୫କେନ୍ ବିୟର ପିଆଇ ଦେଇଥିଲୁ । ଯାହା ପରେ ତାଙ୍କ ଅବସ୍ଥା ନିୟନ୍ତ୍ରଣକୁ ଆସିଥିଲା ବୋଲି ଡ଼ାକ୍ତର କହିଛନ୍ତି । ଏବେ ଯୁବକଜଣଙ୍କ ସୁସ୍ଥ ଥିବା ଜଣା ପଡ଼ିଛି ।