ନୂଆଦିଲ୍ଲୀ : ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ)କୁ ଭାରତୀୟ ମେଡିକାଲ କାଉନ୍ସିଲ (ଆଇଏମ୍ସି)ରେ ପରିଣତ କରିବା ନେଇ ମଙ୍ଗଳବାର କେନ୍ଦ୍ର ସରକାର ସଂସଦରେ ବିଧେୟକ ଉପସ୍ଥାପନ କରିବେ। ଏହା ପାରିତ ହେଲେ ଭାରତୀୟ ମେଡିକାଲ ଇତିହାସରେ କଳାଦିନ ଭାବେ ପରିଗଣିତ ହେବ ବୋଲି ଭାରତୀୟ ମେଡିକାଲ ଆସୋସିଏସନ ପକ୍ଷରୁ କୁହାଯାଇଛି। ତେଣୁ ସରକାରଙ୍କ ଏହି ବିଲ୍କୁ ବିିରୋଧ କରି ମଙ୍ଗଳବାର ଦେଶବ୍ୟାପୀ ଡାକ୍ତର ସଂଘ ପକ୍ଷରୁ ଧର୍ମଘଟ କରାଯିବାକୁ ଘୋଷଣା କରାଯାଇଛି।
ଦେଶବ୍ୟାପୀ ସରକାରୀ ଓ ଘରୋଇ ଡାକ୍ତରଖାନାର ୩ ଲକ୍ଷ ଡାକ୍ତର ଏହି ଧର୍ମଘଟରେ ସାମିଲ ହେବେ ବୋଲି ଜଣାପଡ଼ିଛି। ଆଇଏମ୍ଏର କହିବା ମୁତାବକ, ଏହି ବିଲ୍ ଆଇନ୍ରେ ପରିଣତ ହେବା ପରେ ଦେଶବ୍ୟାପୀ ଡାକ୍ତରୀ ସେବା ମହଙ୍ଗା ହେବା ସହିତ ଦୁର୍ନୀତି ବଢ଼ିିବ। ଏବେ ଘରୋଇ ମେଡିକାଲ କଲେଜଗୁଡ଼ିିକର ୧୫ ପ୍ରତିଶତ ସ୍ଥାନ ଉପରେ ସରକାରଙ୍କ ନିୟନ୍ତ୍ରଣ ରହୁଥିଲା ବେଳେ ଏହି ବିଲ୍ ପାସ୍ ହେବା ପରେ ୬୦ ପ୍ରତିଶତ ଆସନ ଉପରେ ସରକାର ଫି’ ନିର୍ଦ୍ଧର୍ାରଣ କରିବେ। ସବୁଠୁ ମୁଖ୍ୟ ପ୍ରସଙ୍ଗ ହେଲା, ଏବେ ଏମ୍ବିବିଏସ୍ ପାସ୍ କରିବା ପରେ ବି ଡାକ୍ତରୀ ଛାତ୍ରଙ୍କୁ ଲାଇସେନ୍ସ ପାଇଁ ନିଟ୍ ଭଳି ଆଉ ଏକ ପରୀକ୍ଷା ଦେବାକୁ ପଡ଼ିବ। ତେଣୁ ଏହାକୁ ଡାକ୍ତରୀ ସଂଘ ଜୋରଦାର ବିରୋଧ କରୁଛି। ଏନେଇ ସରକାରଙ୍କ ସହ ବାରମ୍ବାର ଆଲୋଚନା ପରେ ବି କିଛି ସୁଫଳ ମିଳିନଥିବାରୁ ସମସ୍ତ ଡାକ୍ତର ସଂଘ ଧର୍ମଘଟ କରିବେ ବୋଲି ଆଇଏମ୍ଏ ଜାତୀୟ ସଭାପତି କହିଛନ୍ତି। ସେପଟେ ଏହି ଧର୍ମଘଟ ଯୋଗୁଁ ଡାକ୍ତରଖାନା ଗୁଡ଼ିକର ଜରୁରୀ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହେବନାହିଁ ବୋଲି ସେ ଆଶ୍ୱାସନା ମଧ୍ୟ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/doctor.jpg)