ବିରଳ ଅସ୍ତ୍ରୋପଚାର କରି ଯୁବକ ପେଟରୁ ୮ଟି ଚାମଚ ,୨ଟି ପେଚକସ, ଗୋଟିଏ ଛୁରି ଏବଂ ୨ଟ ଦାନ୍ତ ଘଷା ବ୍ରସ୍ ବାହାର କଲେ ଡାକ୍ତର

ମଣ୍ଡି: ହିମାଚଳ ପ୍ରଦେଶର ଜଣେ ୩୫ ବର୍ଷୀୟ ଯୁବକ ୮ଟି ଚାମଚ ,୨ଟି ପେଚକସ୍, ଗୋଟିଏ ଛୁରି ଏବଂ ୨ଟ ଦାନ୍ତ ଘଷା ବ୍ରସ୍ ଖାଇ ଦେଇଥିଲେ। କିଛି ସମୟପରେ ତାଙ୍କର ପେଟ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ  ହିମାଚଳ ପ୍ରଦେଶର ମଣ୍ଡିସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ଏହାପରେ  ଏକ ଡାକ୍ତରୀ ଟିମ ଉକ୍ତ ଯୁବକଙ୍କର ବିରଳ ଅସ୍ତ୍ରୋପଚାର କରିଛନ୍ତି । ତାଙ୍କର ଅସ୍ତ୍ରୋପଚାର କରି ମେଡିକାଲ ଟିମ ଗୋଟିଏ ଛୁରି, ୨ଟି ପେଚକସ, ୮ଟି ଚାମଚ ଏବଂ ୨ଟି ଦାନ୍ତ ଘଷା ବ୍ରସ ବାହାର କରିଛନ୍ତି ।

ଏହି ଟିମର ସଦସ୍ୟ ଡାକ୍ତର ନିଖିଲ କହିଛନ୍ତି ଯେ ପେଟ ଭିତରେ କିଛି ଜିନିଷ ଥିବାରୁ ପୂର୍ବାନୁମାନ କରାଯାଇଥିଲା । ସର୍ଜନ ଟିମ ଯଥାଶୀଘ୍ର ଅପରେସନ କରିବାକୁ ବାହାରି ପଡ଼ିଥିଲେ । ବର୍ତ୍ତମାନ ଉକ୍ତ ଯୁବକ ସୁସ୍ଥ ଅଛନ୍ତି । ଏହା ଏକ ବିରଳ ଅସ୍ତ୍ରୋପଚାର ବୋଲି  ମଧ୍ୟ ଡାକ୍ତର ନିଖିଲ କହିଛନ୍ତି ।

 

 

 

ସମ୍ବନ୍ଧିତ ଖବର