ଚମତ୍କାର କରି ଦେଖାଇଲେ ଡାକ୍ତର : ପ୍ରଥମ ଥର ପାଇଁ ଦୁର୍ଘଟଣାର ଶିକାର ହୋଇଥିବା ୪ବର୍ଷୀୟ ଶିଶୁର କଲେ ସଫଳ ଖପୁରୀ ପ୍ରତିରୋପଣ

ପୁଣେ : ମହାରାଷ୍ଟ୍ରର ପୁଣେରେ ଜଣେ ୪ ବର୍ଷୀୟା ଶିଶୁ କନ୍ୟାର ସଫଳ ଖପୁରୀ ପ୍ରତିରୋପଣ ହେବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଦୁର୍ଘଟଣାର ଶିକାର ହୋଇଥିବା ଶିଶୁଟିର ଖପୁରୀ ଅଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ଡ଼ାକ୍ତରୀ ଦଳ ଏକ ୩ଡ଼ି ପଲିଥିଲିନ୍‌ ବୋନ୍‌ ମାଧ୍ୟମରେ ଶିଶୁ କନ୍ୟାର ଖପୁରୀ ପ୍ରତିରୋପଣ କରିଥିଲେ । ଏହି ପଲିଥିଲିନ୍‌ ବୋନ୍‌କୁ ଆମେରିକାର ଏକ କମ୍ପାନୀ ଶିଶୁଟିର ଖପୁରୀର ଆକାରକୁ ଦେଖି ତିଆରି କରିଥିଲା । ୪ ବର୍ଷୀୟ ଶିଶୁର ଖପୁରୀ ପ୍ରତିରୋପଣ ଦେଶରେ ପ୍ରଥମ ବୋଲି କୁହାଯାଉଛି ।

ସୂଚନା ମୁତାବକ, ଗତବର୍ଷ ମେ ମାସରେ ଶିଶୁଟି ଦୁର୍ଘଟଣାର ଶିକାର ହେବାରୁ ଖପୁରୀଟି ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ସେ ସମୟରେ ଶିଶୁଟିର ୨ଟି ସର୍ଜରୀ କରାଯାଇଥିଲା । ସର୍ଜରୀ ପରେ ଶିଶୁଟିକୁ ଘରକୁ ପଠାଇ ଦିଆ ଯାଇଥିବା ବେଳେ ପରେ ଡ଼ାକ୍ତରଖାନା ଅଣାଯାଇ ଖପୁରୀ ପ୍ରତିରୋପଣ କରାଯାଇଛି ।

ସମ୍ବନ୍ଧିତ ଖବର