ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ ତଥା ମଥୁରା ସାଂସଦ ହେମା ମାଳିନୀ କହିଛନ୍ତି, ହଜାର ହଜାର ସଂଖ୍ୟାରେ ଚାଷୀ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି। କିନ୍ତୁ ଚାଷୀମାନେ ଜାଣିନାହାନ୍ତି ନୂଆ କୃଷି ଆଇନରେ ଭୁଲ୍ କେଉଁଠି ରହିଛି। ମଥୁରା ସାଂସଦ ହେମା ମାଳିନୀ ମଧ୍ୟ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରିସ୍ଥିତିକୁ ଶାନ୍ତ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ହେମା କହିଛନ୍ତି, ଅନେକ ବାର କଥାବାର୍ତ୍ତା ସତ୍ତ୍ବେ କୃଷକମାନେ କୌଣସିଥିରେ ରାଜି ନୁହନ୍ତି। ସେମାନେ ବାସ୍ତବରେ କ’ଣ ଚାହୁଛନ୍ତି ତାହା ସେମାନେ ଜାଣୁନାହାନ୍ତି ଏବଂ କୃଷି ଆଇନରେ ସମସ୍ୟା କ’ଣ ରହିଛି ତାହା ମଧ୍ୟ ସେମାନେ ଜାଣୁନାହାନ୍ତି। ଆନ୍ଦୋଳନ ପଛରେ ନିଶ୍ଚିତ ଭାବେ କେହି ଜଣେ ଅଛି ଏବଂ ତାହାରି କଥାରେ ଆନ୍ଦୋଳନ କରୁଛନ୍ତି ବୋଲି ହେମା ମାଳିନୀ କହିଛନ୍ତି। ଚାଷୀମାନେ ପଂଜାବରେ ମୋବାଇଲ ଫୋନ୍ ଟାୱାର ଭାଙ୍ଗିବା ଘଟଣାରେ ହେମା ମାଳିନୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଚାଷୀ କ’ଣ ଚାହୁଛନ୍ତି ନିଜେ ବି ଜାଣନ୍ତିନି, ହେମା ମାଳିନୀ
/sambad/media/post_attachments/wp-content/uploads/2017/11/hemamalini759.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)